fbpx

ଆଜି ଦିଲ୍ଲୀ ନଗର ନିଗମ ନିର୍ବାଚନ, ଆଶାବାଦୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଲକ୍ଷାଧିକ ଜନତା

ନୂଆଦିଲ୍ଲୀ: ଦିଲ୍ଲୀର ନଗର ନିଗମ ନିର୍ବାଚନର ଆଜି ମତଦାନ ଦିବସ । ମୋଟ ୨୫୦ଟି ୱାର୍ଡ ପାଇଁ ଭୋଟ ଦେବେ ଅଗଣିତ ଜନତା । ଏହି ଏମସିଡି ନିର୍ବାଚନରେ ୧.୪୫ କୋଟିରୁ ଅଧିକ ଲୋକ ନିଜ ମତଅଧିକାରକୁ ସାବ୍ୟସ୍ତ କରିବେ । ଏମସିଡି ନିର୍ବାଚନର ଆଜି ୧,୩୪୯ ଆଶାବାଦୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଭୋଟିଂ ସକାଳ ୮ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ସରିବ । ତେବେ ଭୋଟିଂ ଗଣତି ଡିସେମ୍ବର ୭ତାରିଖରେ ହେବ । ଏହି ନିର୍ବାଚନରେ ବିଜେପି, ଆପ ଏବଂ କଂଗ୍ରେସର ତ୍ରୀକୋଣୀୟ ରାଜନୀତି ଦଳର ଟକ୍କର ଦେଖିବାକୁ ମିଳିବ ।

ଦିଲ୍ଲୀ ନିର୍ବାଚନ ଆୟୋଗ ଅନୁସାରେ, ଦିଲ୍ଲୀର ସମୁଦାୟ ଭୋଟର ସଂଖ୍ୟା ୧,୪୫,୦୫,୩୫୮ ଅଟେ । ଏଥିରେ ପୁରୁଷ ମାନଙ୍କ ସଂଖ୍ୟା ୭୮,୯୩,୪୧୮ ଥିବାବେଳେ ମହିଳାଙ୍କ ସଂଖ୍ୟା ୬୬,୧୦୮୭୯ ଏବଂ ୧,୦୬୧ ଟ୍ରାନ୍ସଜେଣ୍ଡର ଅଟନ୍ତି । ସାଉଥ ଏବଂ ଦିଲ୍ଲୀ ନଗର ନିଗମର ଏକୀକରଣ ପରେ ଏହା ଏମିସିଡିର ପ୍ରଥମ ଭୋଟିଂ । ସବୁ ୱାର୍ଡରେ ସୁରକ୍ଷା ସହ ପୋଲିଂ ବୁଥ ବ୍ୟବସ୍ଥା କରାଯାଇଛି ।

ନିର୍ବାଚନ ଆୟୋଗ ମୁତାବକ, ୪୯୩ ଜାଗାରେ ୩୩୬୦ ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି । ଏଥିରେ ୬୮ଟି ମଣ୍ଡଳ ପୋଲିଂ ବୁଥ କରାଯାଇଛି । ନିର୍ବାଚନକୁ ନେଇ ପୋଲିସର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏମସିଡି ନିର୍ବାଚନ ପାଇଁ ୪୦ ହଜାର ପୋଲିସକର୍ମୀ, ୨୦ ହଜାର ହୋମଗାର୍ଡ, ପାରାମିଲିଟାରୀ ଏବଂ ରାଜ୍ୟ ସଶସ୍ତ୍ର ପୋଲିସଙ୍କ ୧୦୮ କମ୍ପାନୀ ଗୁଡ଼ିକୁ ସୁରକ୍ଷା ନିମନ୍ତେ ମୁତୟନ କରାଯାଇଛି ।

ପୂର୍ବ ନିର୍ବାଚନରେ ମୋଟ ୨୭୦ଟି ୱାର୍ଡରୁ ବିଜେପି ୧୮୧ଟି ୱାର୍ଡରେ ଜୟଲାଭ କରିଥିଲା । ପ୍ରର୍ଥୀଙ୍କ ମୃତ୍ୟୁ ପାଇଁ ୨ଟି ଆସନରେ ମତଦାନ ହୋଇପାରି ନଥିଲା । ଏହାକୁ ବାଦ ଦେଲେ ଆପ ୪୮ଟି ଆସନ ଏବଂ କଂଗ୍ରେସ ୨୭ଟି ୱାର୍ଡରେ ଜୟଲାଭ କରିଥିଲା । ଗତ ଏମସିଡି ନିର୍ବାଚନରେ ୫୩ ପ୍ରତିଶତ ମତଦାନ ହୋଇଥିଲା ।

Get real time updates directly on you device, subscribe now.