fbpx

‘ସଂୟୁକ୍ତ କିସାନ ମୋର୍ଚ୍ଚା’ର ଆଜି ହେବ ରାଲି, ଏହି ରାସ୍ତାରେ କରିବେ ପଦଯାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଆଜି ରାମଲୀଳା ମଇଦାନରେ ଆୟୋଜିତ ହେଉଥିବା ସଂୟୁକ୍ତ କିସାନ ମୋର୍ଚ୍ଚାର ରାଲିକୁ ନେଇ ସୁରକ୍ଷାର କଡା ବନ୍ଦୋବସ୍ତ କରାଯାଇଛି । ସୁରକ୍ଷାରେ ଦିଲ୍ଲୀ ପୋଲିସଙ୍କ ଛଡା ବହୁ ସଂଖ୍ୟାରେ ପାରା ମିଲିଟାରୀ ନିୟୋଜିତ କରାଯାଇଛି ।

ମଧ୍ୟ ଜିଲ୍ଲାର ସମସ୍ତ ଥାନାଧ୍ୟକ୍ଷଙ୍କ ବ୍ୟତୀତ ଅନ୍ୟ ଜିଲ୍ଲାରେ ମଧ୍ୟ ପୋଲିସ ମାନଙ୍କୁ ନିୟୋଜିତ କରାଯାଇଛି । ରାଲିକୁ ନେଇ ଟ୍ରାଫିକ ପୋଲିସ ଟ୍ରାକିଂ ଆଡଭାଇଜରୀ ଜାରି କରି କହିଛନ୍ତି ଯେ, ରାମଲୀଳା ମଇଦାନ ଆଖପାଖର ସଡକ ଯଥା ଦିଲ୍ଲୀ ଗେଟରୁ ଆଜମେରୀ ଗେଟ ଛକ ଜେଏଲଏନ ମାର୍ଗରେ ଯିବା ଆସିବା ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ରାଲିରେ ୧୫ରୁ ୨୦ହଜାର କୃଷକ ଆସିବାର ସମ୍ଭାବନା ରହିଛି । ରାମଲୀଳା ମୈଦାନ ବାହରେ ପର୍ଯ୍ୟପ୍ତ ସଂଖ୍ୟାରେ ପୋଲିସ କର୍ମୀଙ୍କୁ ନିଯୁକ୍ତ କରାଯିବ । ଏହାସହ ସିସିଟିଭି କ୍ୟାମେରା ଜରିଆରେ ଏମାନଙ୍କ ଉପରେ ନଜର ରଖାଯିବ । ମହାରାଜା ରଣଜିତ୍ ସିଂ ମାର୍ଗ ମିର୍ଡାର୍ଡ ଚକ୍, ଦିଲ୍ଲୀ ଫାଟକ, ଜେଏଲ୍ଏନ୍ ମାର୍ଗ, ମିଣ୍ଟୋ ରୋଡ୍, କମଲା ମାର୍କେଟ, ହାମାର୍ଡ ଚକ୍, ଅଜମେରୀ ଫାଟକ, ଭବଭୂତ ମାର୍ଗ, ଚମାନ ଲାଲ ମାର୍ଗ, ପହରଗଞ୍ଜ ଚକ୍ ଆଦି ରାସ୍ତାରେ ରାଲି ହେବ ବୋଲି ସୂଚନା ମିଳିଛି।

ଏହି ପ୍ରଦର୍ଶନ ସମୟରେ ଯେଉଁମାନେ କୌଣସି ପ୍ରକାରର ଦୁଷ୍କର୍ମ ସୃଷ୍ଟି କରନ୍ତି ଏବଂ ଆଇନକୁ ନିଜ ହାତକୁ ନେଇଥା’ନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁଠାରେ କୃଷକମାନଙ୍କୁ ସେମାନଙ୍କ ଗାଡି ପାର୍କିଂ କରିବାକୁ ଅନୁମତି ଦିଆଯାଇଛି, ସେମାନେ ସେଠାରେ ସେମାନଙ୍କ ଗାଡି ପାର୍କିଂ କରିବେ। ଶାନ୍ତିପୂର୍ଣ୍ଣ ଭାବେ ରାଲିରେ ଦାବି ରଖିବାକୁ ଚାଷୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Get real time updates directly on you device, subscribe now.