fbpx

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଗ୍ରାଫ । ଦିନ କୁ ଦିନ ବଢିବାର ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୯୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୪୬ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏହାବାଦ ୧୮ ବର୍ଷରୁ କମ ବୟସ ସୀମା ମଧ୍ୟରେ ୧୪୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୮୧୪୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ଜଣ,ବାଲେଶ୍ୱରରୁ ୧୬ ଜଣ,ବରଗଡ ଜିଲ୍ଳାରୁ ୪୭ ଜଣ,ଭଦ୍ରକ ଜିଲ୍ଲାରୁ ୪ ଜଣ,ବଲାଙ୍ଗୀର ରୁ ୩୩ ଜଣ,ବୌଦ୍ଧରୁ ୨୩ଜଣ,କଟକରୁ ୩୪ ଜଣ,ଦେଓଗଡରୁ ୫ ଜଣ, ଢ଼େଙ୍କାନାଳରୁ୧ ଜଣ,ଗଜପତିରୁ ୭ଟି,ଗଞ୍ଜାମରୁ୩ ଜଣ, ଜଗତସିଂପୁରର ୨ ଜଣ, ଯାଜପୁରରୁ ୧୨ ଜଣ, ଝାଡସୁଗୁଡାରୁ ୧୯ ଜଣ,କଳାହାଣ୍ଡିରୁ ୩୭ ଜଣ,କନ୍ଧମାଳରୁ ୨୧ ଜଣ, କେନ୍ଦ୍ରାପଡାରୁ ୩ଜଣ,ଖୋର୍ଦ୍ଧାରୁ ୯୧ ଜଣ,କୋରାପୁଟରୁ ୧୨ ଜଣ,ମୟୁରଭଞ୍ଜରୁ ୭୨ ଜଣ,ନବରଙ୍ଗପୁରର ୩୨ ଜଣ,ନୟାଗଡରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି ।

 

ସେହିପରି ନୂଆପଡାରୁ ୧୪ ଜଣ,ପୁରୀରୁ ୩ ଜଣ, ରାୟଗଡାରୁ ୨୧ ଜଣ,ସମ୍ବଲପୁରର ୮୩ ଜଣ, ସୋନପୁରର୧୬ ଜଣ,ସୁନ୍ଦରଗଡରୁ ୧୭୫ ଜଣ , ଷ୍ଟେଟପୁଲରୁ ୨୧ ଜଣ ଆକ୍ରାନ୍ତ ରହିଛନ୍ତି ।ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ୬୦୦୫ ଟି ଆକ୍ଟିଭ କେସ ରହିଥିବା ବେଳେ ୧୩୦୨୯୪୧ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୨୭୬୬୬୧୦ ସାମ୍ପୁଲ ଟେଷ୍ଟ ହୋଇଛି ।

Get real time updates directly on you device, subscribe now.