fbpx

ରାଜ୍ୟରେ କରୋନ ସଂକ୍ରମଣ: କମୁଛି କମ, ବଢ଼ୁଛି ବେଶୀ

ଭୁବନେଶ୍ୱର: ରାଜ୍ୟରେ କମିଛି କରୋନା ଗ୍ରାଫ । ଦିନ କୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୨୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦୩ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏହାବାଦ ୧୮ ବର୍ଷରୁ କମ ବୟସ ସୀମା ମଧ୍ୟରେ ୧୩୦ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୮୮୭୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪ଜଣ,ବାଲେଶ୍ୱରରୁ ୮ ଜଣ,ବରଗଡ ଜିଲ୍ଳାରୁ ୩୭ ଜଣ,ଭଦ୍ରକ ଜିଲ୍ଲାରୁ ୩ ଜଣ,ବଲାଙ୍ଗୀର ରୁ ୧୭ ଜଣ,ବୌଦ୍ଧରୁ ୩ଜଣ,କଟକରୁ ୧୮ ଜଣ,ଦେଓଗଡରୁ ୬ ଜଣ, ଗଜପତିରୁ ୬ଟି,ଗଞ୍ଜାମରୁ ୯ଜଣ, ଜଗତସିଂପୁରର ୪ ଜଣ, ଯାଜପୁରରୁ ୧୫ ଜଣ, ଝାଡସୁଗୁଡାରୁ ୧୨ ଜଣ,କଳାହାଣ୍ଡିରୁ ୩୪ ଜଣ,କନ୍ଧମାଳରୁ ୧୬ ଜଣ, କେନ୍ଦ୍ରାପଡାରୁ ୫ଜଣ,ଖୋର୍ଦ୍ଧାରୁ ୯୬ ଜଣ,କୋରାପୁଟରୁ ୯ ଜଣ,ମୟୁରଭଞ୍ଜରୁ ୫୯ ଜଣ,ନବରଙ୍ଗପୁରର ୨୫ଜଣ,ନୟାଗଡରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି ।

 

ସେହିପରି ନୂଆପଡାରୁ ୧୫ ଜଣ,ପୁରୀରୁ ୩ଜଣ, ରାୟଗଡାରୁ ୨୮ ଜଣ,ସମ୍ବଲପୁରର ୮୮ ଜଣ, ସୋନପୁରର୧୨ ଜଣ,ସୁନ୍ଦରଗଡରୁ ୧୫୭ ଜଣ , ଷ୍ଟେଟପୁଲରୁ ୨୦ ଜଣ ଆକ୍ରାନ୍ତ ରହିଛନ୍ତି ।ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ୫୮୫୧ ଟି ଆକ୍ଟିଭ କେସ ରହିଥିବା ବେଳେ ୧୩୦୩୮୨୩ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୨୭୮୬୪୩୩ସାମ୍ପୁଲ ଟେଷ୍ଟ ହୋଇଛି ।

Get real time updates directly on you device, subscribe now.