ମେଷ ଓ ଧନୁ ରାଶିର ବ୍ୟକ୍ତିଙ୍କୁ କ୍ୟାରିୟରରେ ମିଳିବ ବଡ଼ ସଫଳତା, ଚାକିରିରେ ପ୍ରମୋସନ, ୨ ମାସ ଟଙ୍କା ଟେନସନରୁ ମୁକ୍ତି !
ମେଷ ଓ ଧନୁ ରାଶିର ବ୍ୟକ୍ତିଙ୍କୁ କ୍ୟାରିୟରରେ ମିଳିବ ବଡ଼ ସଫଳତା, ଚାକିରିରେ ପ୍ରମୋସନ
Horoscope: ଆଜି ଆଷାଢ଼ କୃଷ୍ଣ ପକ୍ଷର ତୃତୀୟା ତିଥି ଏବଂ ଶୁକ୍ରବାର । ତୃତୀୟା ତିଥି ଆଜି ମଧ୍ୟାହ୍ନ ପୂର୍ବରୁ ୧୧ଟା ୨୧ ମିନିଟ୍ ପର୍ଯ୍ୟନ୍ତ ରହିବ, ଏହାପରେ ଚତୁର୍ଥୀ ତିଥି ଆରମ୍ଭ ହେବ । ଆଜି ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଷକୁମ୍ଭ ଯୋଗ ରହିବ । ଏହାସହ ଆଜି ମଧ୍ୟାହ୍ନ ୧୧ଟା ୪୭ ମିନିଟ୍ ପର୍ଯ୍ୟନ୍ତ ଶ୍ରବଣ ନକ୍ଷତ୍ର ରହିବ ଏବଂ ତା’ପରେ ଧନିଷ୍ଠା ନକ୍ଷତ୍ର ଲାଗିବ । ଏହା ବ୍ୟତୀତ ଆଜିଠାରୁ ପଞ୍ଚକ ଆରମ୍ଭ ହେଉଛି । ଆଜି ସଂକଷ୍ଟୀ ଶ୍ରୀଗଣେଶ ଚତୁର୍ଥୀ ବ୍ରତ ମଧ୍ୟ ପାଳନ କରାଯାଉଛି । ଆସନ୍ତୁ ଜାଣିବା ଆଜିର ସମ୍ପୂର୍ଣ୍ଣ ରାଶିଫଳ…
ମେଷ ରାଶି: ଆଜି ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆଜି ଆପଣଙ୍କୁ ଲୋକଙ୍କ ସାହାଯ୍ୟ ମିଳିବ, ଯାହାଫଳରେ ଆପଣ ବହୁତ ଆଶ୍ୱସ୍ତି ଅନୁଭବ କରିବେ । ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ । ଏହି ରାଶିର ଛାତ୍ରଛାତ୍ରୀଙ୍କର ପଢ଼ାପଢ଼ି ପ୍ରତି ରୁଚି ବଢ଼ିବ । ଆଜି ଆପଣଙ୍କୁ କିଛି ନୂଆ ସୁଯୋଗ ମିଳିବାର ସମ୍ଭାବନା ଅଛି ।
ବୃଷ ରାଶି: ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବ । ଆଜି କୋର୍ଟ-କଚେରୀ ମାମଲାରେ ଆପଣଙ୍କୁ ବିଜୟ ମିଳିବ ଏବଂ ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ । ବ୍ୟବସାୟରେ କିଛି ନୂଆ ଲୋକ ଆପଣଙ୍କ ସହ ଯୋଡ଼ିବାକୁ ଚେଷ୍ଟା କରିବେ । ଅଫିସରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ ।
ମିଥୁନ ରାଶି: ଆଜି ଦିନଟି ଆପଣଙ୍କ ଅନୁକୂଳ ରହିବ । ଯୁବପିଢ଼ିଙ୍କୁ ରୋଜଗାର ପାଇଁ ଭଲ ପ୍ଲେସମେଣ୍ଟ ସୁଯୋଗ ମିଳିବାର ସମ୍ଭାବନା ଅଛି । ଆପଣଙ୍କର ପ୍ରିୟ କାମ ସମୟ ଅନୁଯାୟୀ ସେସ ହେବା ଦ୍ୱାରା ମନ ପ୍ରସନ୍ନ ଓ ଉତ୍ସାହିତ ରହିବ । ଆଜି ନୂଆ ଲୋକଙ୍କ ସହ ମିଳାମିଶା କରିବା ବେଳେ ଟିକେ ସତର୍କ ରହିବା ଉଚିତ୍ । ଯେକୌଣସି କାମ କରିବା ପୂର୍ବରୁ ଗୁରୁଜନମାନଙ୍କ ପରାମର୍ଶ ନେବା ଲାଭଦାୟକ ହେବ ।
କର୍କଟ ରାଶି: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଯେଉଁ କାମ ପୂରଣ ହେବା ପାଇଁ ଆପଣ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ, ଆଜି ତାହା ସଫଳ ହେବ, ଯାହାଫଳରେ ଆପଣ ଚିନ୍ତାମୁକ୍ତ ହେବେ । ବଢ଼ୁଥିବା ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ ଆଜି ନୂଆ ଯୋଜନା ପ୍ରସ୍ତୁତ କରିବେ । ଆଜି ଆପଣ ସାମାଜିକ ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରିବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ବହୁତ ଭାବିଚିନ୍ତି ନିଅନ୍ତୁ ।
ସିଂହ ରାଶି: ଆଜି ଆପଣଙ୍କ ଦିନ ବୁଲାବୁଲିରେ ଅଧିକ କଟିବ । ଘରକୁ ହଠାତ୍ ଅତିଥିଙ୍କ ଆଗମନ ହୋଇପାରେ । ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ପ୍ରତି ଆକର୍ଷିତ ହେବ । କାର୍ଯ୍ୟକ୍ଷେତ୍ରରେ ଜୀବନସାଥୀଙ୍କ ସହଯୋଗ ଯୋଗୁଁ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଯଦି ବନ୍ଧୁଙ୍କ ସହ କୌଣସି ମତଭେଦ ଚାଲିଥିଲା, ତେବେ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ମଧ୍ୟସ୍ଥତାରେ ଆଜି ସବୁ ଠିକ୍ ହୋଇଯିବ ଏବଂ ସମ୍ପର୍କ ମଧୁର ହେବ ।
କନ୍ୟା ରାଶି: ଆଜି ବ୍ୟବସାୟରେ ଆପଣଙ୍କୁ ପ୍ରଚୁର ଲାଭ ମିଳିବ । ଶିକ୍ଷାଗତ କାର୍ଯ୍ୟରେ ମନ ଲାଗିବ । ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ । ଘରୋଇ କାମଗୁଡ଼ିକୁ ସହଜରେ ଶେଷ କରିବାରେ ସଫଳ ହେବେ । ଆଜି ଅନେକ ଯୋଜନା ଠିକ୍ ସମୟରେ ପୂରଣ ହେବ, ଯାହାଫଳରେ ପରିବାରରେ ଖୁସିର ମାହୋଲ ରହିବ । ଆଜି ନିଜର ଯୋଜନା ଓ କାର୍ଯ୍ୟକଳାପକୁ ଗୁପ୍ତ ରଖନ୍ତୁ । ଅଭିଜ୍ଞ ଲୋକଙ୍କ ସହଯୋଗ ଏବଂ ମାର୍ଗଦର୍ଶନ ଆପଣଙ୍କ ପାଇଁ ସହାୟକ ହେବ ।
ତୁଳା ରାଶି: ଆଜି ଦିନଟି ଆପଣଙ୍କ ପାଇଁ ନୂଆ ଅନୁଭବ ନେଇ ଆସିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଆଜି ଭଲ ଖବର ପାଇବେ । ଆଜି କାର୍ଯ୍ୟଭାର ଅଧିକ ହୋଇପାରେ, କିନ୍ତୁ ଆପଣ ଯେତିକି ପରିଶ୍ରମ କରିବେ, କାମ ସେତିକି ଭଲ ଭାବେ ସମ୍ପନ୍ନ ହେବ ।
ବିଛା ରାଶି: ଆଜି ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ରହିବ । ଆଜି ଆପଣଙ୍କର ଭାବିଥିବା କାମ ନିଶ୍ଚିତ ସମୟରେ ପୂରଣ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଅଫିସରେ ଆପଣଙ୍କୁ ଏକ ନୂଆ ପ୍ରୋଜେକ୍ଟର ଦାୟିତ୍ୱ ମିଳିପାରେ, ଯାହାକୁ ତୁଲାଇବାରେ ଆପଣ ସକ୍ଷମ ହେବେ । ଆଖପାଖର ଲୋକଙ୍କ ଠାରୁ ସହଯୋଗ ପାଇବେ । କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ ।
ଧନୁ ରାଶି: ଆଜି ଆପଣଙ୍କୁ ଆର୍ଥିକ ଲାଭର ଭଲ ସୁଯୋଗ ମିଳିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆଜି କରାଯାଇଥିବା ବ୍ୟବସାୟିକ ଯାତ୍ରାରୁ ଲାଭ ମିଳିବ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ । ବିଜ୍ଞାନ କ୍ଷେତ୍ର ସହ ଜଡ଼ିତ ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଦିନଟି ବିଶେଷ ଭାବେ ଲାଭଦାୟକ ରହିବ, ଆଜି ଆପଣଙ୍କର ଗବେଷଣା କାର୍ଯ୍ୟ ଶେଷ ହୋଇପାରେ ।
ମକର ରାଶି: ଆଜି ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ପରିଣାମ ନେଇ ଆସିଛି । ଅଫିସରେ କାମର ଚାପ ବଢ଼ିପାରେ, କିନ୍ତୁ ଆପଣଙ୍କ କାମ ବସ୍ ଙ୍କୁ ପ୍ରଭାବିତ କରିବ । ଆଜି ଆପଣଙ୍କୁ ଟଙ୍କାପଇସା ମାମଲାରେ ଅବହେଳା କରିବାଠାରୁ ଦୂରେଇ ରହିବାକୁ ହେବ । ପର୍ଯ୍ୟଟନ ଓ ଭ୍ରମଣ ସହ ଜଡ଼ିତ ଲୋକଙ୍କ ପାଇଁ ଆଜି ଦିନଟି ଭଲ ରହିବ ।
କୁମ୍ଭ ରାଶି: ଆଜି ଦିନଟି ଆପଣଙ୍କ ପାଇଁ ବେଶ୍ ଚମତ୍କାର ରହିବ । ଆଜି ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ । ଆୟର ନୂଆ ଉତ୍ସ ସାମ୍ନାକୁ ଆସିବ । ଅଫିସ କାମ ପ୍ରତିଦିନ ଅପେକ୍ଷା ଆହୁରି ଭଲ ଭାବେ ସମ୍ପନ୍ନ ହେବ । ଜୀବନସାଥୀ ଆପଣଙ୍କ ପ୍ରଶଂସା କରିବେ, ଯାହାଦ୍ୱାରା ଦାମ୍ପତ୍ୟ ସମ୍ପର୍କରେ ମଧୁରତା ବଢ଼ିବ । ଆପଣଙ୍କ ଧନସମ୍ପତ୍ତି ବୃଦ୍ଧି ପାଇବ ।
ମୀନ ରାଶି: ଆଜି ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କ୍ୟାରିୟରରେ ଆପଣଙ୍କୁ ମନମୁତାବକ ସଫଳତା ମିଳିବା ସହ କିଛି ନୂଆ ଶିଖିବାର ସୁଯୋଗ ମିଳିବ । ଆଜି ଆପଣଙ୍କୁ କାମ ସ୍ଥଗିତ ରଖିବା ବା ଟାଳିବା ଅଭ୍ୟାସରୁ ଦୂରେଇ ରହିବାକୁ ହେବ । ସମାଜ ମଙ୍ଗଳ ବିଭାଗରେ କାର୍ଯ୍ୟରତ ଲୋକଙ୍କର ଆଜି ପଦୋନ୍ନତି ହୋଇପାରେ ।


