fbpx

ବଢିଲା ଅଡୁଆ: ଆଉ ଜଣେ କୋଚ୍ ହେଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମଧ୍ୟରେ ଅଲିମ୍ପିକ୍ସ ଆୟୋଜିତ ହେବାକୁ ଯାଉଥିବା ବେଳେ ଆଉ ଜଣେ କୋଚ୍ କରୋନା ସଂକ୍ରମିତ ହୋଇଛନ୍ତି । ଅଲିମ୍ପିକ୍ସ ଭିଲେଜରୁ ଚିହ୍ନଟ ହୋଇଛନ୍ତି ଚତୁର୍ଥ କରୋନା ଆକ୍ରାନ୍ତ । ରବିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ଦକ୍ଷିଣ ଆଫ୍ରିକା ରଗ୍ବୀ ଦଳର କୋଚ୍ । ଅଲିମ୍ପିକ୍ସକୁ ମାତ୍ର ୫ ଦିନ ବାକି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ଦ୍ୱାରା ସମସ୍ତଙ୍କ ନିଦ ହଜିଯାଇଛି ।

ଦକ୍ଷିଣ ଆଫ୍ରିକା ରଗବୀ ଦଳର କୋଚ୍ ନିଲ ପାୱେଲ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଦୁଇ ଜଣ ଖେଳାଳି ଓ ଜଣେ ଭିଡିଓ ଆନାଲିଷ୍ଟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ପୂର୍ବରୁ ଡିଫେଣ୍ଡର ଥାବିଶୋ ମୋନୟେନ ଏବଂ ୱିଙ୍ଗର କାମୋଏଲୋ ମାଲାଟସିଙ୍କ ସହିତ ଭିଡିଓ ଆନାଲିଷ୍ଟ ମାରିଓ ମାଶା କରୋନାରେ ଆକ୍ରାନ୍ତ ହୋଇଥିଲେ । ସମ୍ପୂର୍ଣ୍ଣ ଟିମକୁ ଆଇସୋଲେସନରେ ରଖାଯାଇଥିବା ବେଳେ ଦଳର ଅଂଶଗ୍ରହଣ ଉପରେ ମଧ୍ୟ ଆଶଙ୍କା ଦେଖାଦେଇଛି । ଅନ୍ୟ ପକ୍ଷରେ ସାଉଥ୍ ଆଫ୍ରିକାର ଚିଫ୍ ମେଡିକାଲ ଅଫିସର ଫାଥୋ ଜୋଣ୍ଡି କୌଣସି ନିୟମ ଉଲ୍ଲଂଘନକୁ ଅସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.