fbpx

ଟୋକିଓ ପାରା ଅଲିମ୍ପିକ୍ସ : ଉଦଘାଟନୀ ଉତ୍ସବରେ ଯୋଗ ଦେବେ ଭାରତର ୫ ଆଥ୍‌ଲେଟ୍‌ ଓ ୬ ଅଫିସିଆଲ୍‌

ଟୋକିଓ: ଆଉ ଦୁଇ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ପାରା ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ଯୋଗ ଦେବେ ଖୁବ୍ କମ୍ ସଂଖ୍ୟକ ଆଥଲେଟ୍‌ ଓ କର୍ମକର୍ତ୍ତା । କାରଣ ଜାପାନରେ କରୋନା ସଂକ୍ରମଣ ଆତଙ୍କ ଜାରି ରହିଥିବା ଦୃଷ୍ଟିରୁ ଉଦଘାଟନୀ ଉତ୍ସବରେ ପ୍ରତି ଅଂଶ ଗ୍ରହଣକାରୀ ଦେଶର କମ୍ ସଂଖ୍ୟକ ଆଥଲେଟ୍‌ ଓ କର୍ମକର୍ତ୍ତା ଉପସ୍ଥିତ୍‌ ରହିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ତେଣୁ ଭାରତୀୟ ଦଳର ୫ ଆଥଲେଟ୍‌ ଓ ୬ କର୍ମକର୍ତ୍ତାଙ୍କୁ ଅନୁମତି ମିଳିଛି ବୋଲି ସୂଚନା ଦେଇଛନ୍ତ ଭାରତୀୟ ଦଳର ଚିଫ ଡି ମିଶନ ଗୁରଶରଣ ସିଂ ସୂଚନା ଦେଇଛନ୍ତି ।ବର୍ତ୍ତମାନ ସୁଦ୍ଧା ଭାରତର ୭ ଆଥଲେଟ୍‌ ଟୋକିଓରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଟେବୁଲ ଟେନିସ ଖେଳାଳି ସୋନାଲ ପଟେଲ ଓ ଭବାନୀ ପଟେଲ । ଆସନ୍ତା ବୁଧବାର ଦିନ ସେମାନେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଥିବାରୁ ଉଦଘାଟନୀ ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ । ଜାପାନର ଏମ୍ପରର ନରୁହିତୋ ଉଦଘାଟନୀ ଉତ୍ସବ ଅବସରରେ ପାରା ଅଲିମ୍ପିକ୍ସ କ୍ରୀଡାର ଶୁଭାରମ୍ଭ ଘୋଷଣା କରିବେ ।

ସୂଚନା ଯୋଗ୍ୟ ଯେ, ଚଳିତ ପାରା ଅଲିମ୍ପିକ୍ସରେ ଭାରତର ଏକ ୫୪ ଜଣିଆ ଆଥଲେଟ ଦଳ ତୀରନ୍ଦଜି,ଆଥଲେଟିକ୍ସ୍ଅ ( ଟ୍ରାକ୍ ଆଣ୍ଡଫିଲ୍ଡ),ବ୍ୟାଡମିଣ୍ଟନ, ସନ୍ତରଣ , ଭାରୋତ୍ତୋଳନ,ମହିଳା ହ୍ୱିଲଚେୟାର ଓ ଟେବୁଲ ଟେନିସ ସହିତ ୯ କ୍ରୀଡା ଇଭେଣ୍ଟର ଅଂଶ ଗ୍ରହଣ କରିବେ । ଆସନ୍ତା ୨୫ ତାରିଖ ଦିନ ଟୋକିଓ ପାରା ଅଲିମ୍ପିକ୍ସ ଉଦଘାଟନ ହେବା ସହିତ ୨୫ ,୨୬ ଓ ୨୭ ତାରିଖ ଦିନ ଅନୁଷ୍ଠିତ ହେବ ଟେବୁଲ ଟେନିସ କ୍ୱାଲିଫାଇଂ ରାଉଣ୍ଡ ପ୍ରତିଯୋଗିତା । ତେଣୁ ଗୁଜରାଟର ଦୁଇ ଟେବୁଲ ଟେନିସ ଖେଳାଳି ଭବାନୀ ଓ ସୋନାଲବେନଙ୍କର ପ୍ରଥମେ ଭାଗ୍ୟ ପରୀକ୍ଷା ହେବ ।

Get real time updates directly on you device, subscribe now.