fbpx

କରୋନାରୁ ସୁସ୍ଥ ହେବା ପରେ ହେଉଛି କି ସମସ୍ୟା? ବୈଜ୍ଞାନିକ ଦେଲେ ଚେତାବନୀ

ନୂଆଦିଲ୍ଲୀ: କରୋନା ମହାମାରୀର ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ସହିତ ଏହାର ସହ ଜଡ଼ିତ ଖରାପ ଅନୁଭବ ମଧ୍ୟ ସମୟ ସମୟରେ ପୁଣି ଦେଖାଯିବ । ବର୍ଷର ଆରମ୍ଭରେ ବିଶ୍ୱରେ ଓମିକ୍ରନ ଭାରିଆଣ୍ଟ ଦେଖାଯାଇଥିଲା । ଏହି ଭାରିଆଣ୍ଟ ସମଗ୍ର ଦୁନିଆରେ କରୋନାର ଏକ ଲହର ସୃଷ୍ଟି କଲା । ମହାମାରୀକୁ ନେଇ ଏହି ସମୟରେ ଅନେକ ଖବର ଓ ସୂଚନା ସାମ୍ନାକୁ ଆସୁଛି, କିନ୍ତୁ ଏହା ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଅଣଦେଖା କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୋକଙ୍କୁ ଚେତାବନୀ ଦେଇ କହିଛି ଯେ, କୋଭିଡ ମହାମାରୀରୁ ସୁସ୍ଥ ହେବା ପରେ ଏହି ରୋଗ ଲମ୍ବା ସମୟ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରେ ।

ତେବେ କରୋନା ମହାମାରୀ ଲୋକଙ୍କ ଶରୀରର ଶ୍ୱାସକ୍ରିୟା ଉପରେ ଆକ୍ରମଣ କରିଥାଏ । ରୋଗ ହୋଇଥିବା ସମୟରେ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ସମସ୍ତେ କହିଥାନ୍ତି, କିନ୍ତୁ ଲଙ୍ଗ ବା ପୋଷ୍ଟ କୋଭିଡ କିମ୍ବା ଏହି ରୋଗରୁ ସୁସ୍ଥ ହେବା ପରେ ଲକ୍ଷଣକୁ ନେଇ କୌଣସି ଚର୍ଚ୍ଚା ହୁଏନାହିଁ । କୋଭିଡ ମହାମାରୀ ସହ ଜଡ଼ିତ ଲକ୍ଷଣ ସୁସ୍ଥ ହେବା ପରେ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରେ ।

ଆମେରିକାର ମହାମାରୀ ବିଶେଷଜ୍ଞ ମାରିଆ ୱାନ୍ ଏହି ମାମଲାକୁ ନେଇ କହିଛନ୍ତି ଯେ, ଡବ୍ଲୁଏଚଓକୁ ଲଗାତାର ଲଙ୍ଗ କୋଭିଡ ସମ୍ବନ୍ଧରେ କାମ କରିବାକୁ ପଡିବ । ଟ୍ୱିଟରେ ସେ କହିଛନ୍ତି ଯେ, ଏହି ବିଷୟରେ ଆମକୁ ଲୋକମାନଙ୍କୁ ସାଚତନ କରିବାକୁ ପଡିବ । ଆମକୁ ପୋଷ୍ଟ କୋଭିଡ ଲକ୍ଷଣକୁ ନେଇ ଅନେକ ରିସର୍ଚ୍ଚ କରିବାକୁ ପଡିବ । ଏହା ସହ ଯେଉଁ ଲୋକାମାନେ କରୋନାରୁ ସୁସ୍ଥ ହେବା ପରେ ଏପରି ଲକ୍ଷଣର ଶିକାର ହୋଇଛନ୍ତି, ସେମାନଙ୍କୁ କାଉନସିଲିଂ କରାଯାଏ ।

Get real time updates directly on you device, subscribe now.