fbpx

(Video) ଏଟିଏମରୁ ବାହାରିଲା ଚିରା ଫଟା ଏବଂ ରଙ୍ଗୀନ ନୋଟ୍, ଆଶ୍ଚର୍ଯ୍ୟ ହୋଇଗଲେ ଗ୍ରାହକ

ଭଦ୍ରକ: ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଲାଇନ୍ ଛିଡ଼ା ହୋଇ ସମୟ ନଷ୍ଟ ନହେଉ ସେଥିପାଇଁ ଏଟିଏମରୁ ଟଙ୍କା  ସହଜରେ ଟଙ୍କା କାଢ଼ିଥାନ୍ତି ଗ୍ରାହକ । ଅନେକ ସମୟରେ ଲୋକମାନେ ଏଟିଏମ ଫ୍ରଡର ମଧ୍ୟ ଶିକାର ହୋଇଥାନ୍ତି । ତେବେ ଆଜି କିନ୍ତୁ ଏହି ଗ୍ରାହକ ଜଣକ ଏଟିଏମ ଫ୍ରଡ୍ ର ଶିକାର ତ’ ହୋଇନାହାଁନ୍ତି ବରଂ ତାଙ୍କ ସହ ଘଟିଛି କିଛି ଭିନ୍ନ ଘଟଣା ।

ଏଟିଏମରୁ ବାହାରିଲା ଚିରା ଫଟା ନୋଟ୍ ପୁଣି ସେଥିରେ କିଛି ରଙ୍ଗୀନ ନୋଟ୍ ମଧ୍ୟ ରହିଥିଲା । ଏମିତି କିଛି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀଠାରେ । ଭଣ୍ଡାରପୋଖରୀ ବଜାର ରାଷ୍ଟ୍ରୀୟ ଇକୋ ବ୍ୟାଙ୍କ୍ ଶାଖା ଏଟିଏମ କାଉଣ୍ଟର ଟଙ୍କା ଉଠାଇଥିଲେ ସ୍ଥାନୀୟ ଶିକ୍ଷକ ସୁଧାଂଶୁ ମୋହନ ମିଶ୍ର କିନ୍ତୁ ତାଙ୍କୁ ଏଟିଏମରୁ ଠିକ୍ ନୋଟ୍ ମିଳିବା ବଦଳରେ ଚିରାଫଟା, ରଙ୍ଗୀନ ନୋଟ୍ ମିଳିଥିଲା । ତାଙ୍କ କହିବା ଅନୂଯାୟୀ ରବିବାର ସକାଳ ୮.୦୪ ମିନିଟରେ ଭଣ୍ଡାରିପୋଖରୀ ବଜାର ସ୍ଥିତ ଇକୋ ବ୍ୟାଙ୍କ ଶାଖା ଏଟିଏମ୍ କାଉଣ୍ଟର ରୁ ୩୦୦୦ ଟଙ୍କା ଉଠାଇଥିଲେ  । ପ୍ରୋସେସିଙ୍ଗ ପରେ ୬ ଖଣ୍ଡ ୫୦୦ ଟଙ୍କିଆ ନୋଟ ବାହାରିଥିଲା । କିନ୍ତୁ ୬ ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ଖରାପ ଥିଲା । ଘଟଣା ଜଣାପଡ଼ିବା ପରେ ସେଠାରେ ଲୋକମାନେ ଭିଡ଼ ଜମାଇଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.