ମା’ ଗଜଲକ୍ଷ୍ମୀ ପୂଜା-୨୦୨୬ରେ ଉତ୍କୃଷ୍ଟ ସେବା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ ହେଲା TPCODL
ମା’ ଗଜଲକ୍ଷ୍ମୀ ପୂଜା-୨୦୨୬: ଉତ୍କୃଷ୍ଟ ସେବା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ TPCODL ସମ୍ମାନିତ
ଢେଙ୍କାନାଳ: ମା’ ଗଜଲକ୍ଷ୍ମୀ ପୂଜା-୨୦୨୬ ଅବସରରେ ଉତ୍କୃଷ୍ଟ ସେବା ପ୍ରଦାନ ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL)କୁ ସମ୍ମାନିତ କରାଯାଇଛି। ପୂଜାର ସମାପନୀ ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଆୟୋଜିତ ସମାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ADM), ଆରକ୍ଷୀ ଅଧୀକ୍ଷକ (SP)ଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତିରେ TPCODLକୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ପୂଜା ସମୟରେ ସୁରକ୍ଷିତ ବିଦ୍ୟୁତ୍ ସେବାକୁ ପ୍ରାଥମିକତା: ପୂଜା ଅବଧିରେ ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ସୁବିଧା ପାଇଁ ନିରବଚ୍ଛିନ୍ନ, ନିର୍ଭରଯୋଗ୍ୟ ଏବଂ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାରେ TPCODL ଟିମ୍ ନିଷ୍ଠାର ସହ କାର୍ଯ୍ୟ କରିଥିଲା। ଏହି ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିଲା। ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ, ଦାୟିତ୍ୱବୋଧ ଓ ଉତ୍ତମ ସମନ୍ୱୟର ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ମିଳିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ଉତ୍ତମ ସେବା ଜାରି ରଖିବାକୁ TPCODL ପ୍ରତିବଦ୍ଧ: ଏହି ସମ୍ମାନ TPCODLର ପ୍ରତ୍ୟେକ ସଦସ୍ୟଙ୍କ ସମର୍ପଣ ଓ ସାମୂହିକ ପ୍ରୟାସର ପ୍ରତୀକ ବୋଲି ଡିସକମ୍ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ମଧ୍ୟ ଗ୍ରାହକ ଓ ସାଧାରଣ ଜନତାଙ୍କୁ ନିରନ୍ତର, ସୁରକ୍ଷିତ ଏବଂ ଉନ୍ନତମାନର ବିଦ୍ୟୁତ୍ ସେବା ଯୋଗାଇଦେବା ପାଇଁ TPCODL ପ୍ରତିବଦ୍ଧ ବୋଲି କମ୍ପାନୀ ପ୍ରକାଶ କରିଛି।


