fbpx

TRAI ଜାରି କଲା ନୂଆ ଗାଇଡଲାଇନ୍ସ: କେବୁଲ ଓ ଡିଟିଏଚ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଟିଭି ଦେଖିବା ବହୁତ ପସନ୍ଦ ତେବେ ଏନେଇ କିଛି ନୂଆ ନିୟମ ଆସିଛି । ଟେଲିକମ୍ ରେଗୁଲେଟରୀ ଆଣ୍ଡ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ନୂଆ ଟାରିଫ ଅର୍ଡର ୨.୦କୁ ଟ୍ରାଇ ପକ୍ଷରୁ ରିଭାଇଜ କରାଯାଇଛି । ତେଣୁ ଏହାର ପ୍ରଭାବ କୋଟି କୋଟି ଦର୍ଶକଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି ।

ନୂଆ ନିୟମ ମୁତାବକ, ୧୯ ଟଙ୍କା ବା ତା’ଠାରୁ କମ୍ ମୂଲ୍ୟ ବିଶିଷ୍ଟ ସମସ୍ତ ଚାନେଲ ବୁକେରେ ସାମିଲ ହୋଇପାରିବେ । ଟ୍ରାଇର ଏହି ନିଷ୍ପତ୍ତି ପରେ କେବୁଲ ଓ ଡିଟିଏଚ ଗ୍ରାହକଙ୍କୁ ଅନେକ ମାତ୍ରାରେ ଆଶ୍ୱସ୍ତି ମିଳିବ । ଆସନ୍ତା ବର୍ଷ ଫେବୃଆରୀ ମାସ ୧ ତାରିଖରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ । ୧ ଫେବୃାରୀ ପରଠାରୁ ଗ୍ରାହକଙ୍କୁ ସେମାନଙ୍କ ପସନ୍ଦର ଚାନେଲ ବା ବୁକେ ମୁତାବକ ସେବା ପ୍ରଦାନ କରାଯିବ, ସେ ନେଇ ସୁନିଶ୍ଚିତ କରିବାକୁ ଚାନେଲମାନଙ୍କୁ ଟ୍ରାଇ ପକ୍ଷରୁ କୁହାଯାଇଛି ।

ଆସନ୍ତା ଡିସେମ୍ବର ମାସ ୧୬ ତାରିଖ ସୁଦ୍ଧା ଚାନେଲର ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ଓ ଚାନେଲର ବୁକେ ଷ୍ଟ୍ରକଚରରେ ବ୍ରଡକାଷ୍ଟରମାନେ ଯଦି କୌଣସି ପରିବର୍ତ୍ତନ କରନ୍ତି, ତେବେ ରିପୋର୍ଟ କରିବେ । ବ୍ରଡକାଷ୍ଟର ବୁକେର ମୂଲ୍ୟ ନିର୍ଦ୍ଧାରଣ କରିବା ସମୟରେ ସେଥିରେ ସାମିଲ ଥିବା ପେଡ୍ ଚାନେଲର ଏମଆରପି ରିହାତି ସର୍ବାଧିକ ୪୫ ପ୍ରତିଶତ ମିଳିପାରେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.