ପୁଣି ବଡ଼ ଟ୍ରେନ ଦୁର୍ଘଟଣା; ଘଟଣାସ୍ଥଳରେ ୬ ମୃତ, ବଢିପାରେ ମୃତକଙ୍କ ସଂଖ୍ଯା…

ଛତିଶଗଡ଼ ବିଳାଶପୁରରେ ଘଟିଛି ଅଘଟଣ...

ଓଡିଶା ଭାସ୍କର: ବଡ଼ ଟ୍ରେନ ଦୁର୍ଘଟଣା। ଘଟଣାସ୍ଥଳରେ ୬ ମୃତ, ଏକାଧିକ ଆହତ। ଚାଲିଛି ଉଦ୍ଧାର କାର୍ଯ୍ଯ।

ବିଳାସପୁରରରେ ଘଟିଛି ଏହି ଅଭାବନୀୟ ଘଟଣା। ମାଲବାହୀ ଟ୍ରେନ ଓ ପାସେଞ୍ଜର ଟ୍ରେନ ଧକା ହେବା ଫଳରେ ଏତେ ବଡ଼ ଅଘଟଣ ଘଟିଛି।

ଏବେ ସୁଦ୍ଧା ୬ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ଆଗକୁ ମୃତକଙ୍କ ସଂଖ୍ଯ ବଢିପାରେ ବୋଲି କୁହାଯାଉଛି ।ଏକାଧିକ ଲୋକ ଗଭୀର ଭାବେ ଆହତ ହୋଇଛନ୍ତି।

ମାଲବାହୀ ଟ୍ରେନକୁ ଧକା ଦେଲା କୋରବା ପାସେଞ୍ଜର ଟ୍ରେନ।ଘଟଣାସ୍ଥଳରେ ପାସେଞ୍ଜର ଟ୍ରେନର ୩ଟି ବଗି ଲାଇନ ଚ୍ଯୁତ ହୋଇଛି। ଛତିଶଗଡର ବିଳାଶପୁରରେ ଏହି ଅଘଟଣ ଘଟିଛି।

ଘଟଣାସ୍ଥଳରେ ରେଲୱେ ଟିମ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ଯ ଚାଲିଛି। ଏହାସହ ରେଲୱେ ଟିମ ପକ୍ଷରୁ ଯାଁଚ ଆରମ୍ଭ କରାଯାଇଛି।