Train Accident:ବଢୁଛି ମୃତକଙ୍କ ସଂଖ୍ଯା; ଏବେ ସୁଦ୍ଧା 10 ଜଣଙ୍କ ଜୀବନ ଗଲାଣି, ଏକାଧିକ ଆହତକଙ୍କୁ ମେଡିକାଲକୁ ସ୍ଥାନାନ୍ତ…

ଭୟାନକ ଟ୍ରେନ ଦୁର୍ଘଟଣା...

ଓଡିଶା ଭାସ୍କର: ବଡ଼ ଟ୍ରେନ ଦୁର୍ଘଟଣା।ବଢୁଛି ମୃତକଙ୍କ ସଂଖ୍ଯା। ଏବେ ସୁଦ୍ଧା 10 ଜଣଙ୍କର ମୃତ। 24 ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା।

ଛତିଶଗଡର ବିଳାଶପୁର ଲାଲଖଦାନ ଅଁଚଳରେ ଘଟିଛି ଏହି ଅଭାବନୀୟ ଘଟଣ। ଟ୍ରେନରେ 3ଟି ବଗି ଲାଇନଚ୍ଯୁତ ହୋଇଥିବା ସୂଚନା ରହିଛି। କୋରବା ପାସେଞ୍ଜର ଓ ମାଲବାହୀ ଟ୍ରେନ ଧକା ହେବା ଫଳରେ ଏହି ଅଘଟଣ ଘଟିଛି।

ମାଲବାହୀ ଟ୍ରେନ ଉପରେ ପାସେଞ୍ଜର ଟ୍ରେନ ଚଢିଯିବାରୁ ଏହି ପରିସ୍ଥିତି ଉପୁଜିଥିଲା। ଆଗକୁ ମୃତକଙ୍କ ସଂଖ୍ଯା ବଢିପାରେ ବୋଲି କୁହାଯାଏ।

ରେଲୱେ ଜାରି କଲା ହେଲପ ଲାଇନ ନମ୍ବର। ଅନ୍ଯପଟେ ଅନେକ ଯାତ୍ରୀ ଟ୍ରେନ ଭିତରେ ଫଶି ରହିଥିବାରୁ ସମସ୍ତଙ୍କୁ ଶିଡି ଯୋଗେ ସମସ୍ତଙ୍କୁ ବାହାରକୁ ଅଣାଯାଉଛି।ପାସେଞ୍ଜର ଟ୍ରେନ କୋରବାରୁ ବିଳାଶପୁର ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା।

ଘଟଣାସ୍ଥଳରେ ରେଲୱେ ଓ ପୋଲିସ ଅଧିକାରୀ ପହଁଚିଛନ୍ତି। ଅନ୍ୟପଟେ ରେଲୱେ ଟିମ ପହଁଚି ଘଟଣାର ତଦନ୍ତ ଆରମ୍ଭ କରୁଛନ୍ତି।ମୃତକଙ୍କ ପରିବାରକୁ 10 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା । ଗୁରୁତର ଆହତକଙ୍କୁ 5 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା।