fbpx

ଗୋଟିଏ ମିନିଟ୍ ବିଳମ୍ବ ହେବାରୁ କଟିଲା ଦରମା, ମାଲିକ ବିରୋଧରେ ଏପରି ପଦକ୍ଷେପ ନେଲେ ବ୍ୟକ୍ତି

ନୂଆଦିଲ୍ଲୀ: ଜାପାନର ଟ୍ରେନ୍ ଯାତ୍ରାୟତ ସିଷ୍ଟମ ଦୁନିଆରେ ନିଜ ସଠିକ୍ ଟାଇମିଂକୁ ନେଇ ବେଶ୍ ପ୍ରସିଦ୍ଧ । ସେଠାରେ ଟ୍ରେନ୍ ବିଳମ୍ବ ହେବା ବହୁତ ଦୁର୍ଲଭ ଦେଖିବାକୁ ମିଳିଥାଏ । ଟ୍ରେନରେ ଗୋଟିଏ ମିନିଟ୍ ବି ବିଳମ୍ବ ହେବା ଜାପାନରେ ଚର୍ଚ୍ଚାର ବିଷୟ ପାଲଟିଯାଏ । ଏହାରି ମଧ୍ୟରେ ଜଣେ ଡ୍ରାଇଭରର ଭୁଲ ଯୋଗୁଁ ଟ୍ରେନ୍ ଦୁର୍ଭାଗ୍ୟବଶତଃ ଗୋଟିଏ ମିନିଟ ବିଳମ୍ବ ହୋଇଗଲା, ଫଳରେ ତାଙ୍କ ଦରମାରୁ ୫୬ ପାଉଣ୍ଡ ବା ସାଢ଼େ ୫ ହଜାର ଟଙ୍କା କାଟିବାକୁ ନିର୍ଦ୍ଦେଶ ହୋଇଛି ।

ଏହି ଆଦେଶ ବିରୋଧରେ ଟ୍ରେନ୍ ଡ୍ରାଇଭର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓ ୧୪,୩୦୦ ପାଉଣ୍ଡ ବା ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏବେ ଡ୍ରାଇଭରଙ୍କ ସମର୍ଥନରେ ଅନ୍ୟ ଲୋକମାନେ ବି ସାମ୍ନାକୁ ଆସିଛନ୍ତି ।

ତେବେ ଡେଲି ମେଲର ରିପୋର୍ଟ ମୁତାବକ, ଡ୍ରାଇଭର ଗତବର୍ଷ ୧୮ ଜୁନରେ ଓକାୟାମା ଷ୍ଟେସନରୁ ଏକ ଖାଲି ଟ୍ରେନ ନେଇ ବାହାରିଥିଲେ । ଏହାରି ମଧ୍ୟରେ ପେଟରେ ଯନ୍ତ୍ରଣା ହେବାରୁ ସେ ବାଥରୁମ୍ ଯାଇଥିଲେ ଓ ତାଙ୍କ ଜୁନିୟର ଡ୍ରାଇଭରଙ୍କୁ କାର୍ଯ୍ୟଭାର ଦେଇଥିଲେ । କିନ୍ତୁ ଜୁନିୟର ଡ୍ରାଇଭର ଜାଣିନପାରି ଭୁଲ ପ୍ଲାଟଫର୍ମରେ ଟ୍ରେନ୍ ନେଇଥିଲେ । ଏହି କାରଣରୁ ଟ୍ରେନଟି ଗୋଟିଏ ମିନିଟ୍ ବିଳମ୍ବରେ ପହଞ୍ଚିଥିଲା । ବିଳମ୍ବ କାରଣରୁ ୱେଷ୍ଟ ଜାପାନ ରେଲୱେ କମ୍ପାନୀ ତାଙ୍କର ଜୁଲାଇ ମାସର ଦରମାରୁ ୫,୬୦୦ ଟଙ୍କା କାଟିଦେଇଛନ୍ତି । ଏକ ମିନିଟ ବିଳମ୍ବ ଯୋଗୁୁଁ ଦରମା କଟିବାରୁ ଡ୍ରାଇଭର ଜଣକ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହିତ କ୍ଷତିପୂରଣ ଦାବି କରିଛନ୍ତି । କୋର୍ଟରେ ଘଟଣାକୁ ନେଇ ଶୁଣାଣି ଚାଲିଛି ।

Get real time updates directly on you device, subscribe now.