fbpx

ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ

ରାୟଗଡ଼ା, ୨୧ା୧୧(ଓଡ଼ିଶା ଭାସ୍କର): କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଛି । ରାୟଗଡ଼ା ରେଳ ଷ୍ଟେସନ ୬ନମ୍ବର ପ୍ଲାଟଫର୍ମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କୋଇଲା ବୋଝେଇ ଟ୍ରେନର ୪ଟି ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି । ରେଳଷ୍ଟେସନ ଧୂଆଁ ହୋଇପଡ଼ି ଯାଇଥିବାରୁ ଏନେଇ ଦମକଳ ବାହିନୀ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି । ସେପଟେ ଟ୍ରେନରେ ଅଗ୍ନିକାଣ୍ଡ ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.