fbpx

Punjab Kingsର ନୂଆ ଆଶା: କୁମ୍ବଲେଙ୍କ ସ୍ଥାନରେ ହେଡ କୋଚ ଦାୟିତ୍ୱ ନେବେ ନୂଆ କୋଚ

ନୂଆଦିଲ୍ଲୀ: IPL-୨୦୨୩ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜନରୁ ନିଜ ହେଡ କୋଚ ପଦଳାଇଛି । ଏହାପରେ ସମାନ ଘଟରା ଦେଖିବାକୁ ମିଳିଛି ପଞ୍ଜାବ କିଙ୍ଗସ କ୍ୟାମ୍ପରେ । ପଞ୍ଜାବ ଏବେ ଅନିଲ କୁମ୍ବଲେଙ୍କ ହାତରୁ ହେଡ କୋଚ ପଦବୀ ଛଡାଇ ନେଇଛି । ତାଙ୍କ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦର ପୂର୍ବତନ କୋଚ ଟ୍ରେଭର ବେଲିସଙ୍କୁ ଏହି ସ୍ଥାନ ଦେଇଛି ଫ୍ରାଞ୍ଚାଇଜି ।

ସୂଚନା ଅନୁସାରେ ଟିମ ଇଣ୍ଡିଆର ପୂର୍ବତନ କୋଚ ଅନିଲ କୁମ୍ବଲେଙ୍କ ହାତରୁ ଖସି ଯାଇଛି ପଞ୍ଜାବ କିଙ୍ଗସର କୋଚ ପଦବୀ । କୁମ୍ବଲେଙ୍କ ନିର୍ଦ୍ଦେଶରେ ଦଳ ଭଲ ପ୍ରଦର୍ଶନ କରି ନ ପାରିବାରୁ ତାଙ୍କୁ ରିପ୍ଲେସ କରିଛନ୍ତି ବେଲିସ । ୨୦୨୨ରେ ଦଳର ଖରାପ ପ୍ରଦର୍ଶନ ପରେ ଆଗକୁ ଏହି କଣ୍ଟ୍ରାକ୍ଟ ବଢାଇ ନାହାନ୍ତି ଅନିଲ କୁମ୍ବଲେ ।

ପଞ୍ଜାବ କିଙ୍ଗସ ଦ୍ୱାରା ଜାରୀ ହୋଇଥିବା ଏକ ବୟାନରେ ଟ୍ରେଭର ବେଲିସ କହିଛନ୍ତି ଯେ, ମୁଁ ପଞ୍ଜାବ କିଙ୍ଗସର ହେଡ କୋଚ ଭାବେ ନିୟୋଜିତ ହୋଇଥିବାରୁ ସମ୍ମାନିତ ଅନୁଭବ କରୁଛି । ଏହା ଏମିତି ଏକ ଫ୍ରାଞ୍ଚାଇଜି, ଯିଏ ସଫଳତାର ଅପେକ୍ଷାରେ ରହିଛି । ତେବେ ଏହି ପ୍ରତିଭାଶାଳୀ ଖେଳାଳିମାନଙ୍କୁ ନେଇ ଖେଳିବା ଏବଂ କାମ କରିବା ପାଇଁ ବେଶ ଉତ୍ସାହିତ ରହିଛି ।

ପଞ୍ଜାବ କିଙ୍ଗସର କୋଚ ପଦବୀ ପାଇବା ପୂର୍ବରୁ ଟ୍ରେଭର ବେଲିସ ଅନ୍ୟ ଦଳର କୋଚ ଭାବେ ମଧ୍ୟ କାମ କରି ସାରିଛନ୍ତି । ୨୦୧୯ ମସିହାରେ ଇଂଲଣ୍ଡକୁ ଦିନିକିଆ ବିଶ୍ୱକପ ବିଜୟ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବେଲିସ । ଏହା ସହିତ୨୦୧୨ ଏବଂ ୨୦୧୪ରେ କୋଲକାତା ନାଇଟ ରାଇଡର୍ସର କୋଚ ଭାବେ ସେ ଆଇପିଏଲ ଟ୍ରଫି ଜିତାଇଥିଲେ । ଏହାବ୍ୟତୀତ ବେଲିସ ୨୦୨୦ ଏବଂ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ କୋଚ ଭାବେ ରହିଥିଲେ ଟ୍ରେଭର ବେଲିସ । ସେପଟେ କୁମ୍ବଲେଙ୍କ କୋଚିଂରେ ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ପ୍ଲେଅଫରେ ମଧ୍ୟ ପହଞ୍ଚି ପାରିନାହିଁ ପଞ୍ଜାବ କିଙ୍ଗସ ।

Get real time updates directly on you device, subscribe now.