fbpx

ଟ୍ରକ ଡ୍ରାଇଭରଙ୍କ ଦରମା ୭୨ ଲକ୍ଷ, କହିଲେ- ଏତିକି ତ ମୋ ବସ୍‌କୁ ବି ମିଳୁନି

ନୂଆଦିଲ୍ଲୀ: ବ୍ରିଟେନ୍ ସୁପରମାର୍କେଟ୍ ରେ ମାଲ୍ ପରିବହନ କରୁଥିବା ଟ୍ରକ ଡ୍ରାଇଭରଙ୍କୁ ଯେତେ ଟଙ୍କା ଦରମା ଆକାରରେ ମିଳୁଛି ସେତିକି ଟଙ୍କା ଆମ ଦେଶରେ ଅର୍ଥାତ୍ ଭାରତରେ ବଡ଼ ବଡ଼ ଇଞ୍ଜିନିୟର୍ ମାନଙ୍କୁ ବି ମିଳୁନି । ଶୁଣିବାକୁ ଟିକେ ଅଜବ ଲାଗୁଥିବ ନିଶ୍ଚୟ । ହେଲେ କଥାଟି ଏକ ଦମ୍ ସତ । ଏଠାରେ ଟ୍ରମ୍ ଡ୍ରାଇଭରମାନଙ୍କୁ ମୋଟା ଅଙ୍କର ଟଙ୍କା ଦିଆଯାଇଥାଏ ।

ସେଠାକାର ଏକ ପ୍ରମୁଖ ସୁପରମାର୍କେଟକୁ ମାଲ୍ ପରିବହନ କରିବା ପାଇଁ ରହିଥିବା ଟ୍ରକ୍ ଡ୍ରାଇଭର୍ ଙ୍କୁ ୭୦ ହଜାର ପାଉଣ୍ଡ ଅର୍ଥାତ୍ ପାଖାପାଖି ୭୦ ଲକ୍ଷ ୮୮ ହଜାର ୫୧୫ ଟଙ୍କା ବାର୍ଷିକ ଦରମା ମିଳୁଛି । ଖାଲି ସେତିକି ନୁହେଁ ଏହା ବ୍ୟତୀତ ସେମାନଙ୍କୁ ୨୦୦୦ ପାଉଣ୍ଡ ଅର୍ଥାତ୍ ୨ ଲକ୍ଷ ୨ ହଜାର ୬୧୨ ଟଙ୍କା ବୋନସ୍ ଆକାରରେ ଦିଆଯାଉଛି ।

ଟେସ୍କୋ ଏବଂ ସେନ୍ସବୁରୀ ପରି କମ୍ପାନୀଗୁଡିକର ନିଯୁକ୍ତ ହୋଇଥିବା ଟ୍ରକ୍ ଡ୍ରାଇଭରମାନଙ୍କୁ ମୋଟା ଅଙ୍କର ଦରମା ପ୍ରଦାନ କରୁଛନ୍ତି । କାରଣ ଏଠାରେ ଜାତୀୟ ସ୍ତରରେ ଏକ ଲକ୍ଷ ଡ୍ରାଇଭରଙ୍କର ଅଭାବ ରହିଛି। ଏହି ବୃତ୍ତିରେ ଅଭିଜ୍ଞ ବ୍ୟକ୍ତିମାନେ ଦୋକାନ ବଜାରର ଷ୍ଟକ୍ ବଜାୟ ରଖିବା ପାଇଁ ସେମାନଙ୍କ ସେବା ବଦଳରେ ଲକ୍ଷ ଲକ୍ଷ ଟଙ୍କା ବେତନ ବୃଦ୍ଧି ସହିତ ପ୍ରଲୋଭିତ କରାଯାଉଛି ।

୧୭ ବର୍ଷ ହେଲା ଏହି ବୃତ୍ତିରେ ଥିବା ବୈରୀ ନାମକ ଜଣେ ଟ୍ରକ୍ ଡ୍ରାଇଭର୍ ଦାବି କରିଛନ୍ତି ଯେ, ତାଙ୍କୁ ଏଜେଣ୍ଟ ମାନଙ୍କ ଦ୍ୱାରା ବର୍ଷକୁ ୨୦୦୦ ପାଉଣ୍ଡ ବୋନସ୍ ଆକାରରେ ଦେବା ନେଇ ପେପର୍ ରେ ସ୍ୱାକ୍ଷର୍ କରିବା ପାଇଁ କୁହାଯାଇଥିଲା । ସେ କହିଛନ୍ତି ଯେ, ତାଙ୍କ ବସ୍ ବା ମୁଖ୍ୟ ଉପରିସ୍ଥ ଅଧିକାରୀ ବି ଏତେ ପରିମାଣରେ ଟଙ୍କା ପାଉନାହାନ୍ତି । ତେଣୁ ସେମାନେ ଏବେ ଅନେକ ସଂଖ୍ୟାର ସୁପରମାର୍କେଟ ପାଇଁ ମାଲ୍ ପରିବହନ କରିପାରୁଥିବା ଡ୍ରାଇଭର୍ ଙ୍କ ସନ୍ଧାନରେ ଅଛନ୍ତି ।

 

Get real time updates directly on you device, subscribe now.