fbpx

ଅନ୍ୟ ଉପରେ ଭରସା କଲେ ବଢିଥାଏ ବୟସ: ଅଧ୍ୟୟନ

ଅନ୍ୟ ଉପରେ ବିଶେଷ କରି ଅଜଣା ଲୋକଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା ଆପଣ ଅଧିକ ସମୟ ବଞ୍ଚିପାରିବେ । ଆମେରିକୀୟ ବୈଜ୍ଞାନିକଙ୍କ ମତରେ, ଅଜଣା ଲୋକଙ୍କୁ ଉପରେ ଭରସା କରିବା ଦ୍ୱାରା ଭୟ ସୃଷ୍ଟି ହୁଏ ନାହିଁ, ଯାହାକି ହୃଦୟ ବା ଦିଲର ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଏହା ସହ ହୃଦଘାତର ଆଶଙ୍କା ୧୩ ପ୍ରତିଶତ ହ୍ରାସ ପାଇଥାଏ । ଏପରି ବ୍ୟବହାର ଦ୍ୱାରା ଅନ୍ୟ ଲୋକଙ୍କ ପାଇଁ ଆମ ମନରେ ସକାରାକ୍ରମ ମନୋଭାବକୁ ଆହୁରି ଦୃଢ କରିବାରେ ସାହାର୍ଯ୍ୟ କରେ ।

ଆମେରିକାର ଷ୍ଟକହୋମ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ନିଜ ଅଧ୍ୟୟନରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ପାଇଛନ୍ତି । ଏହି ଅଧ୍ୟୟନ ଆମେରିକାରେ ବହୁ ଦିନ ହେବ ଚାଲିଥିଲା । କୌଣସି ଅଜଣା ଲୋକଙ୍କୁ ଭରସା କରବେ ନା ସନ୍ଦେହ ଦୃଷ୍ଟିରେ ଦେଖିବେ ବୋଲି ଏକ ଅଧ୍ୟୟନରେ ପ୍ରାୟ ୨୪ ହଜାର ଲୋକଙ୍କୁ ପଚରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୭ % ଲୋକ ଅଜଣା ବ୍ୟକ୍ତି ବିଶ୍ୱାସ କରିବା କଥା କହିଥିବା ବେଳେ ୫୮ % ଲୋକ ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତି ବୋଲି କହିଥିଲେ । ବାକିି ୫ % ଲୋକ କିଛି ମତ ଦେଇନଥିଲେ ।

ଅଧ୍ୟୟନରୁ ଜଣାପଡିଲା ଯେ, ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରିଥାନ୍ତି । ସନ୍ଦେହ କରୁଥିବା ଲୋକଙ୍କ ଶରୀରରେ ଚାପ ବଢୁଥିବା ହରମୋନ କାର୍ଟିସୋଲ ବୃଦ୍ଧି ହୋଇଥାଏ । ଏହି କାରଣ ଯୋଗୁଁ ସେମାନେ ଖୁବଶୀଘ୍ର ହୃଦଘାତର ଶିକାର ହୋଇଥାନ୍ତି । ଚାପରୁ ମୁକ୍ତି ପାଇବା ପାଇଁ ସନ୍ଦେହ କରୁଥିବା ବ୍ୟକ୍ତିମାନେ ଅଧିକ ମଦ ଓ ଧୂମ୍ରପାନ କରିଥାନ୍ତି ।

Get real time updates directly on you device, subscribe now.