fbpx

‘ସତ କେବେ ଲୁଚି ରହେନା’ ଟୁଲକିଟ୍ ବିବାଦରେ ହସ୍ତକ୍ଷେପ କରି ଏପରି କହିଲେ ରାହୁଲ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ସ୍ଥିତ ଟ୍ୱିଟର ଇଣ୍ଡିଆର ମୁଖ୍ୟାଳୟରେ ଦିଲ୍ଲୀ ପୋଲିସ ଏକ ନୋଟିସ୍ ମାରିଥିଲା । ଏଥିସହ ପୋଲିସ ଗୁରୁଗ୍ରାମ ସ୍ଥିତ ଅଫିସରେ ମଧ୍ୟ ରେଡ୍ ମାରିଥିଲା । ତେବେ ପୋଲିସ କେବଳ ନୋଟିସ ମାରିବା ନେଇ ସ୍ପଷ୍ଟ କରିଥିବା ବେଳେ ରେଡ୍ ମାରିବା ଘଟଣାକୁ ଖାରଜ କରିଥିଲା । ଏହି ଘଟଣାର ଗୋଟିଏ ଦିନ ପରେ ଆଜି ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଉକ୍ତ ମାମଲାରେ ହସ୍ତକ୍ଷେପ କରିଛନ୍ତି । ରାହୁଲ ଟୁଲକିଟ୍ ହ୍ୟସଟ୍ୟାଗ୍ ସହ ଟ୍ୱିଟ୍ କରି କହିଛନ୍ତି ଯେ, ‘ସତ କେବେ ଲୁଚି ରହେନା’ ।

ସୂଚନା ଯୋଗ୍ୟ ଯେ, ଗତ ସପ୍ତାହରେ ଟୁଲକିଟ୍ ସମ୍ପର୍କରେ ବିଜେପି ନେତା ସମ୍ବିତ ପାତ୍ର ଏକ ଟ୍ୱିଟ୍ କରିଥିଲେ । ତେବେ ଏହି ଟ୍ୱିଟ ଛେଡ଼ଛାଡ଼ କରାଯାଇଥିବା ଟ୍ୱିଟର ପକ୍ଷରୁ କୁହାଯାଇଥିଲା । କଂଗ୍ରେସ ପକ୍ଷରୁ ଏକ ଟୁଲକିଟ୍ ତିଆରି କରି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବାକୁ ଉଦ୍ୟମ ହୋଇଛି ବୋଲି ଭାଜପା ଅଭିଯୋଗ କରିଥିଲା । ତେବେ କଂଗ୍ରେସକୁ ବଦନାମ କରିବା ଉଦ୍ଦେଶ୍ୟରେ ଭାଜପା ଟୁଲକିଟର ସାହାରା ନେଉଥିବା କଂଗ୍ରେସ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଥିଲା । ଏନେଇ କଂଗ୍ରେସ ପକ୍ଷରୁ ଭାଜପାର କିଛି ବରିଷ୍ଠ ନେତାଙ୍କ ନାମରେ ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.