fbpx

ମଦ ଠାରୁ ଆରମ୍ଭ କରି ବିୟର ସବୁ ହେଲା ମହଙ୍ଗା, ସରକାରଙ୍କ ନିଷ୍ପତ୍ତି ପରେ କେତେ ବଢ଼ିଲା ଦର; ଜାଣନ୍ତୁ

ନୂଆଦିଲ୍ଲୀ: ୟୁପିବାସୀଙ୍କୁ ସରକାର ଦେଲେ ବଡ଼ ଝଟକା। ଆସନ୍ତା ଏପ୍ରିଲ ୧ରେ ମହଙ୍ଗା ହେବାକୁ ଯାଉଛି ମଦ୍ୟପାନ ଏବଂ ବିୟର । ବର୍ତ୍ତମାନ ସେମାନଙ୍କୁ ଏହା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ଏପ୍ରିଲ ୧ ରୁ ଉତ୍ତରପ୍ରଦେଶରେ ମଦ ଏବଂ ବିୟର ମହଙ୍ଗା ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନୂତନ ଏକ୍ସାଇଜ୍ ପଲିସି ଅନୁଯାୟୀ ଲାଇସେନ୍ସ ଶୁଳ୍କ ଏବଂ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି ହେତୁ ଏହା ହେବାକୁ ଯାଉଛି । ନୂତନ ଆର୍ଥିକ ବର୍ଷ ଆରମ୍ଭରେ, ସମସ୍ତ ଲାଇସେନ୍ସପ୍ରାପ୍ତ ଖୁଚୁରା ଦୋକାନରେ ବିୟର ଏବଂ ଦେଶ ଏବଂ ବିଦେଶୀ ମଦ ମୂଲ୍ୟରେ ବୃଦ୍ଧି ଘଟିବ। ନୂତନ ହାର ଦୁଇ ଦିନ ପରେ କାର୍ଯ୍ୟକାରୀ ହେବ ଅର୍ଥାତ୍ ଏପ୍ରିଲ୍୧ରୁ ନୂତନ ଆର୍ଥିକ ବର୍ଷରେ ଲାଗୁ ହେବ ।

ଆପଣଙ୍କୁ କହିରଖୁଛୁ ଯେ ଜାନୁଆରୀ ମାସରେ ରାଜ୍ୟ ମନ୍ତ୍ରିମଣ୍ଡଳ ମଦ ଏବଂ ବିୟର ଲାଇସେନ୍ସରେ ୧୦ ପ୍ରତିଶତ ବୃଦ୍ଧି ଅନୁମୋଦନ କରିଛି। ରାଜ୍ୟ ଯୋଗୀ ଆଦିତ୍ୟନାଥ ସରକାର ନୂତନ ଏକ୍ସାଇଜ୍ ନୀତିକୁ ଅନୁମୋଦନ କରିଛନ୍ତି। ତେବେ ଏହା ହେଉଛି ଏକ କାରଣ ଯାହା ପାଇଁ ମଦ ଦର ବୃଦ୍ଧି ହେଇଛି । ମଦରୁ ସରକାର ସର୍ବାଧିକ ରୋଜଗାର କରିବାକୁ ଚେଷ୍ଟା କରୁଛନ୍ତି। ପରବର୍ତ୍ତୀ ଆର୍ଥିକ ବର୍ଷରେ ଏଥିରୁ ୪୫ ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏହାପୂର୍ବରୁ ଜୁନ୍ ୨୦୨୨ ରେ ରାଜ୍ୟରେ ମଦ ଦର ବୃଦ୍ଧି କରାଯାଇଥିଲା।

ସୂଚନାମୁତାବକ ବିୟର କ୍ୟାନରେ କ୍ୟାନ୍ ପିଛା ହାରାହାରି ୧୦ ଟଙ୍କା ଏବଂ ବୋତଲରେ ବୋତଲ ପିଛା ୨୦ ଟଙ୍କା ବୃଦ୍ଧି ହେବ।ମାର୍ଚ୍ଚର ଶେଷ ଦିନରେ ଏକ ଅଗ୍ରଣୀ କମ୍ପାନୀ ଏହାର ମୂଲ୍ୟ ବୃଦ୍ଧି କରିଛି। ଅନ୍ୟ କେତେକ ଭଲ ବ୍ରାଣ୍ଡର ବିୟରର ମୂଲ୍ୟ ଆହୁରି ବଢିପାରେ ବୋଲି ସୂଚନା ମିଳିଛି । ସେହିଭଳି ଏପ୍ରିଲ ୧ ରୁ ୪୨.୮ ଡିଗ୍ରୀ ଦେଶ ମଦ ମୂଲ୍ୟ ୭୫ ଟଙ୍କା ବଦଳରେ ୯୦ ଟଙ୍କା ହେବ। ୩୬ ଡିଗ୍ରୀ ତୀବ୍ରତାର ଦେଶ ମଦ ୬୫ ଟଙ୍କା ବଦଳରେ ୭୦ ଟଙ୍କାରେ ବିକ୍ରି ହେବ। ଇଂରାଜୀ ମଦ ର ଲୋକପ୍ରିୟ ବ୍ରାଣ୍ଡର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିବ। ତେବେ ଏଥିରେ ୧୫ ରୁ ୨୫ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.