fbpx

ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ପରିସରରେ ମହା ସମ୍ପ୍ରୋକ୍ଷଣମ୍‌ ନୀତି ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଛନ୍ତି । ବିଶାଖା ଶାରଦାପୀଠମ୍‌ର ମୁଖ୍ୟ ଶ୍ରୀ ସ୍ୱରୂାନନ୍ଦ ସରସ୍ୱତୀ ସ୍ୱାମୀ ଏହି ଉତ୍ସବରେ ଯୋଗଦେବା ସହ ଭୁବନେଶ୍ୱରରେ ଭେଙ୍କଟେଶ୍ୱର ମନ୍ଦିର ପ୍ରତିଷ୍ଠାକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି । ତିରୁତି ତିରୁମାଲା ଦେବସ୍ଥାନମ୍‌ ପକ୍ଷରୁ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିବାରୁ ଟିଟିଡିର ସମସ୍ତ କର୍ମକର୍ତ୍ତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସନାତନ ଧର୍ମର ପ୍ରଚାର ପ୍ରସାର ତଥା ସୁରକ୍ଷା ପାଇଁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବା ଆବଶ୍ୟକ ବୋଲି ସ୍ୱରୂାନନ୍ଦ ସରସ୍ୱତୀ କହିଛନ୍ତି ।

ପୂର୍ବ ନିର୍ଦ୍ଧାରିତ ନୀତି ଅନୁଯାୟୀ ମିଥୁନ ଲଗ୍ନରେ ସକାଳ ୮ଟା ୫୦ରୁ ୯ଟା ୫ ମଧ୍ୟରେ ଶୁଭ ମୁହୂର୍ତ୍ତ ଥିବାରୁ ମହା ସମ୍ପ୍ରୋକ୍ଷଣମ ନୀତି ଅନୁଷ୍ଠିତହୋଇଥିଲା । ଏଥିସହ ପୂଣ୍ୟ ହାବଚନମ୍‌, ଅଗ୍ନି ପ୍ରାଣାୟନମ, କୁମ୍ଭ ଆରାଧନା ଓ ମହାପୂର୍ଣ୍ଣାହୂତି କାର୍ଯ୍ୟ ସମାପନ ହୋଇଛି । ଅପରାହ୍ନରେ ଶ୍ରୀନିବାସ କଲ୍ୟାଣମ୍‌ ନୀତି ମଧ୍ୟ ସମାପନ ହୋଇଛି । ଏହି ଅବସରରେ ମହାବିଗ୍ରହଙ୍କ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଧାତୁ ନିର୍ମିତ ସ୍ତମ୍ଭକୁ ଶ୍ରୀ ସ୍ୱରୂାନନ୍ଦ ସରସ୍ୱତୀ ଉନ୍ମୋଚନ କରିଥିଲେ । ଏହି ଅବସରରେ ସ୍ୱରୂ ।ନନ୍ଦଙ୍କ ଉତ୍ତରାଧିକାରୀ ସ୍ୱତମାନନ୍ଦେନ୍ଦ୍ର ସରସ୍ୱତୀ ଉପସ୍ଥିତ ଥିଲେ । ତିରୁତି ତିରୁମାଳା ଦେବସ୍ଥାନମ୍‌ର ଅଧ୍ୟକ୍ଷ ୱାଇ.ଭି.ସୁବାରେଡ୍ଡୀ ଉପସ୍ଥିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍‌, କ୍ରୀଡ଼ା ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନସଚିବ ଆର. ଭିନିଲକ୍ରିଷ୍ଣା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.