fbpx

ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷ ଇନଷ୍ଟାଗ୍ରାମ ଓ ଟ୍ୱିଟର ପୋଷ୍ଟ, ଏହି ଲୋକଙ୍କୁ ମନେ ପକାଇଥିଲେ

ମୁମ୍ବାଇ: ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ୪୦ ବର୍ଷ ବୟସରେ ହାର୍ଟ ଆଟାକରେ ପରଲୋକ ହୋଇଛି । ସିଦ୍ଧାର୍ଥଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହାରି ମଧ୍ୟରେ ତାଙ୍କର ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ତୀବ୍ର ଭାବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଜର ଏକ ଫଟୋ ସେୟାର କରି ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସିଦ୍ଧାର୍ଥ ଶୁକ୍ଲା ଇନଷ୍ଟାଗ୍ରାମରେ ୨୪ ଅଗଷ୍ଟରେ ଫଟୋ ସେୟାର କରି ଲେଖିଥିଲେ ଯେ, ‘ ସମସ୍ତ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କୁ ହୃଦୟରୁ ଧନ୍ୟବାଦ! ଆପଣମାନେ ନିଜ ଜୀବନକୁ ବିପଦରେ ପକାଇ ଅଗଣିତ ଘଣ୍ଟା ପଯ୍ୟନ୍ତ କାମ କରୁଛନ୍ତି ଓ ସେହି ରୋଗୀମାନଙ୍କୁ ଆରାମ ଦେଉଛନ୍ତି ଯେଉଁମାନେ ନିଜ ପରିବା ସହିତ ରହିପାରିବେ ନାହିଁ । ଆପଣମାନେ ପ୍ରକୃତରେ ସାହାସୀ । ଆଗଧାଡିରେ ରହିବା ସହଜ ନୁହେଁ, କିନ୍ତୁ ତୁମର ଉଦ୍ୟମକୁ ପ୍ରକୃତରେ ପ୍ରଶଂସା କରୁଛୁ ।’

 

View this post on Instagram

 

A post shared by Sidharth Shukla (@realsidharthshukla)

 

ଏହା ସହିତ ସିଦ୍ଧାର୍ଥ ଟ୍ୱିଟରର ଶେଷ ପୋଷ୍ଟରେ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ ଅଭିନନ୍ଦନ ଜଣାଇଥିଲେ । ଅଗଷ୍ଟ ୩୦ ରେ ସିଦ୍ଧାର୍ଥ ଲେଖିଥିଲେ ଯେ, ‘ଭାରତୀୟମାନେ ଆମକୁ ବାରମ୍ବାର ଗର୍ବିତ କରୁଛନ୍ତି । ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ବ୍ୟତୀତ ଏକ ବିଶ୍ୱ ରେକର୍ଡ କରିଛି । ସୁମିତ ଆନ୍ତିଲ ଏବଂ ଅବନୀ ଲେଖରାଙ୍କୁ ଅଭିନନ୍ଦନ । ‘

ତେବେ ହୃଦଘାତ ଯୋଗୁଁ ସିଦ୍ଧାର୍ଥ ଶୁକ୍ଲାର ମୃତ୍ୟୁ ହୋଇଛି। ହୃଦଘାତ ପରେ ତାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସିଦ୍ଧାର୍ଥ ଶୁକ୍ଲା ଟିଭି ସିରିଏଲ “ବାଳିକା ବଧୁ”ରୁ ଲୋକପ୍ରିୟତା ପାଇଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁନଥିଲେ। ସେ ସିରିଏଲ “ଦିଲ ସେ ଦିଲ ତକ”ରେ ମଧ୍ୟ ନଜର ଆସିଥିଲେ। ସେ ହମ୍ପ୍ଟି ଶର୍ମା କି ଦୁଲହାନିଆ ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ପୁରା ଇଣ୍ଡଷ୍ଟ୍ରି ଚକିତ ହୋଇଯାଇଛି। ତାଙ୍କର ପ୍ରଶଂସକ ଦୁଃଖ ପ୍ରକାଶ କରରିଛନ୍ତି। ଖୁବ୍ କମ୍ ବୟସରେ ଦୁନିଆ ଛାଡିଥିବା ସୁଶାନ୍ତ ସିଂ ରାଜପୁତଙ୍କ ଦୁଃଖରୁ ଲୋକମାନେ ଓ଼ହାରି ପାଇନଥିବା ବେଳେ ଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ପ୍ରଶଂସକମାନଙ୍କୁ ଦୁଃଖିତ କରିଛି।

Get real time updates directly on you device, subscribe now.