fbpx

ସମୁଦ୍ରରେ ଡୁବିଯିବ ଭାରତର୧୨ଟି ବଡ଼ ସହର! ଓଡ଼ିଶାରୁ ଗୋଟିଏ ସାମିଲ, NASAର ରିପୋର୍ଟକୁ ନେଇ ବଢ଼ିଲା ଆଶଙ୍କା

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱର ସ୍ଥିତିରେ ବଡ଼ଧରଣର ପରିବର୍ତ୍ତନ ହେବାରେ ଲାଗିଛି । ଜଳବାୟୁ, ପାଣିପାଗ ପରିବର୍ତ୍ତନ କାରଣରୁ ଏହାର ପ୍ରଭାବ ସମଗ୍ର ମାନବ ସଭ୍ୟତା ଉପରେ ପଡ଼ିବ । ଆଗାମୀ ଦିନରେ ସମଗ୍ର ବିଶ୍ୱ ଧ୍ୱଂସମୁଖକୁ ଚାଲିଯିବ । ତେବେ ଏହା ମଧ୍ୟରେ ଏକ ରିପୋର୍ଟ ସମସ୍ତଙ୍କର ନିଦ ହଜାଇ ଦେଇଛି । ଆଗାମୀ କିଛି ଦଶନ୍ଧି ମଧ୍ୟରେ ଭାରତର ଏକାଧିକ ସହର ସମୁଦ୍ର ମଧ୍ୟରେ ଲୀନ ହୋଇଯିବ । ଏହି ରିପୋର୍ଟକୁ ନେଇ ଏବେ ଆଶଙ୍କା ବଢ଼ିଯାଇଛି ।

ତେବେ ଏଭଳି ଏକ ଭୟଙ୍କର ରିପୋର୍ଟ ଆମେରିକା ଓ ବ୍ରିଟେନର ରିସର୍ଚ୍ଚରୁ ଖୁଲାସା ହୋଇଛି । ଆଗାମୀ ଦିନରେ ଭାରତର ମୁମ୍ବାଇ ସହିତ କିଛି ବଡ଼ ବଡ଼ ସହର ନାମ ଦୁନିଆ ବକ୍ଷରୁ ଗାଏବ୍ ଯିବ ବୋଲି ରିପୋର୍ଟରେ କୁହାଯାଇଛି । ଆମେରିକାର ସ୍ପେସ୍ ଏଜେନ୍ସି ନାସା ପକ୍ଷରୁ କୁହାଯାଇଛି ଯେ, ଆଜିଠାରୁ ୭୮ ବର୍ଷ ପରେ ଅର୍ଥାତ ୨୧୦୦ ଶୁଦ୍ଧା ଭାରତର ୧୨ଟି ସହର ପାଣିରେ ଡୁବିଯିବ । କେବଳ ଉପକୂଳବର୍ତ୍ତୀ ଅଞ୍ଚଳ ନୁହେଁ ବରଂ ଅନ୍ୟ ଅଞ୍ଚଳରେ ମଧ୍ୟ ତବାହି ମଚିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ନିକଟରେ ନାସା ଏକ ସି ଲେବଲ ପ୍ରୋଜେକ୍ସନ ଟୁଲ ପ୍ରସ୍ତୁତ କରିଛି । ଏହାଦ୍ୱାରା ସମୁଦ୍ର ଅଞ୍ଚଳର ଆଗାମୀ ସ୍ଥିତି ବିଷୟରେ ଜାଣିହେବ । ଏହି ଅନଲାଇନ ଟୁଲ ଜରିଆରେ ଭବିଷ୍ୟତରେ ଆସିବାକୁ ଥିବା କିଛି ବିତ୍ପାତ ବିଷୟରେ ଜାଣିହେବ । ଏଜେନ୍ସି ପକ୍ଷରୁ ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ କ୍ଲାଇମେଟ ଚେଞ୍ଜ (ଆଇପିସିସି)କୁ ଏହି ରିପୋର୍ଟ ପ୍ରଦାନ କରାଯିବା ସହ ସମୁଦ୍ରରେ ସହର ଡୁବିଯିବା ନେଇ ଚେତାବନୀ ଦିଆଯାଇଛି ।

ଗତ ୧୯୮୮ଠାରୁ ବିଶ୍ୱ ସ୍ତରର ଜଳବାୟୁ ପରିବର୍ତ୍ତନ ବିଷୟରେ ଆଇପିସିସି ଆକଳନ କରିଆସୁଛି । ତେବେ ସମୁଦ୍ରରେ ଡୁବିବାର ଆଶଙ୍କା ଥିବା ସହରମାନଙ୍କ ମଧ୍ୟରେ ପାରାଦୀପ, କୋଚି, ତୁତୁକୋରନ, ଚେନ୍ନାଇ, ମାଙ୍ଗାଲୋର, ମୁମ୍ବାଇ, ଭାବନଗର, କାଣ୍ଡଲା, ମୋରମୁଗାଓ, ଓଖା ଆଦି ସହର ରହିଛି । ତେଣୁ ଏହି ଉପକୂଳ ଅଞ୍ଚଳର ବାସିନ୍ଦାମାନେ ସୁରକ୍ଷିତ ସ୍ଥାନକୁ ବାସସ୍ଥାନ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.