fbpx

୯ ଜଣ ସନ୍ତାନଙ୍କୁ ଏକସଙ୍ଗେ ଜନ୍ମଦେଲେ ୨୫ ବର୍ଷୀୟା ମହିଳା

ନୂଆଦିଲ୍ଲୀ, ୮ା୫: ଆଫ୍ରିକା ମହାଦେଶର ମାଲିରେ ଏକ ବିସ୍ମୟକର ଘଟଣା ଘଟିଛି । ଜଣେ ୨୫ ବର୍ଷୀୟା ମହିଳା ହଲିମା ଏକସଙ୍ଗେ ୯ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ ଝିଅ ଓ ୪ ଜଣ ପୁଅ ରହିଛନ୍ତି । ହଲିମା ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ନିମନ୍ତେ ଦେଶର ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ତେବେ ସମସ୍ତ ସନ୍ତାନଙ୍କ ସ୍ୱାସ୍ଥ୍ୟର ଅବସ୍ଥା ଠିକ୍ ରହିଥିବା ଜଣାପଡ଼ିଛି । ଏତେସଂଖ୍ୟକ ପିଲାଙ୍କୁ ଲାଳନପାଳନ କରିବା ଯଦିଓ ଏକ କଷ୍ଟକର ବ୍ୟାପାର, ତଥାପି ହଲିମାଙ୍କ ପତି ସନ୍ତାନଙ୍କୁ ନେଇ ଖୁସି ଥିବା ଜଣାପଡ଼ିଛି ।

ହଲିମାଙ୍କ ସ୍ୱାମୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମାଆ ଓ ଶିଶୁଙ୍କ ଅବସ୍ଥା ଠିକ୍ ଥିବାରୁ ସେ ବହୁତ ଖୁସି । ଉପରବାଲା ତାଙ୍କୁ ଏଇ ସନ୍ତାନମାନଙ୍କୁ ଦେଇଛନ୍ତି, ତେଣୁ ସେ ହିଁ ତାଙ୍କ ଛୁଆମାନଙ୍କର ଭବିଷ୍ୟତ ନିର୍ଦ୍ଧାରଣ କରିବେ । ଈଶ୍ୱର ଯାହା ବି କରନ୍ତି, ତା’ ପଛରେ କିଛି ଉଦ୍ଦେଶ୍ୟ ରହିଥାଏ । ଏତେସଂଖ୍ୟକ ସନ୍ତାନ ଜନ୍ମ ହେବା ପରେ ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ଏପରିକି ରାଷ୍ଟ୍ରପତି ମଧ୍ୟ ଫୋନ କରି ଅଭିନନ୍ଦନ ଜଣାଇଛନ୍ତି ବୋଲି ହଲିମାନଙ୍କ ସ୍ୱାମୀ କହିଛନ୍ତି । ୯ଟି ସନ୍ତାନଙ୍କୁ ଜନ୍ମ ଦେଇ ହଲିମା ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇଛନ୍ତି । ଗତ ୨୦୦୯ ମସିହାରେ ଆମେରିକାର ଜଣେ ମହିଳା ଏକସଙ୍ଗେ ୮ ସନ୍ତାନଙ୍କୁ ଜନ୍ମ ଦେଇ ଏକ ବିରଳ ରେକର୍ଡର ଅଧିକାରିଣୀ ହୋଇଥିଲେ । ୧୯୭୧ରେ ଅଷ୍ଟ୍ରେଲିଆ ଓ ୧୯୯୯ରେ ମାଲେସିଆର ଦୁଇଜଣ ମହିଳା ନଅଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ମାତ୍ର ସେହି ସନ୍ତାନମାନ ବେଶିଦିନ ବଞ୍ଚି ନଥିଲେ । ୧୦ ଜଣ ଡାକ୍ତର ଓ ୨୫ ଜଣ ନର୍ସ ହଲିମାଙ୍କୁ ଡେଲିଭରି ସମୟରେ ସହାୟତା କରିଥିଲେ ।

Get real time updates directly on you device, subscribe now.