fbpx

(Video) ୨ ଯାଆଁଳା ଭଉଣୀ ଗୋଟିଏ ବରକୁ ପିନ୍ଧାଇଲେ ବରଣମାଳା: ଦେଖନ୍ତୁ ନିଆରା ବାହାଘର ଦୃଶ୍ୟ

ମୁମ୍ବାଇ: ସୋସିଆଲ ମିଡିଆରେ ବେଳେବେଳେ ଏପରି କିଛି ଭିଡିଓ ସାମ୍ନାକୁ ଆସିଯାଏ, ଯାହାକୁ ଦେଖି ଆପଣ ମଧ୍ୟ ଚିନ୍ତାରେ ପଡିଯାଆନ୍ତି । ଏପରି ଏକ ମଜାଦାର ଭିଡିଓ ଏବେ ସାମ୍ନାକୁ ଆସିଛି । ମୁମ୍ବାଇର ୨ଜଣ ଆଇଟି ପ୍ରୋଫେସନାଲ ଯାଆଁଳା ଭଉଣୀଙ୍କ ବାହାଘର ଭିଡିଓ ଭାଇରାଲ ହେଉଛି । ସେଥିରେ ୨ ଭଉଣୀ ଜଣେ ବ୍ୟକ୍ତିଙ୍କୁ ବରଣମାଳା ପିନ୍ଧାଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଏଭଳି ଅଜବ ଘଟଣା ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଘଟିଛି, ଯେଉଁଠାରେ ୨ ଯାଆଁଳା ଭଉଣୀ ଗୋଟିଏ ହିଁ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ଏହି ବାହାଘର ଭିଡିଓ ଭାଇରାଲ ହୋଇଥିବା ବେଳେ ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ପୋଲିସ ରବିବାର ଦିନ କହିଛି ଯେ, ସୋଲାପୁର ଜିଲ୍ଲା ମାଲାଶିରସ ତହସିଲ ଅକଲୁଜ ଗାଁରେ ଏହି ବାହାଘର ହୋଇଛି । ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି । ୨ ଭଉଣୀ ଗୋଟିଏ ବ୍ୟକ୍ତି ପ୍ରେମରେ ପଡ଼ିଗଲେ ଓ ଶେଷରେ ବିବାହ କଲେ ।

ଅଭିଯୋଗ ଅନୁସାରେ, ଏହି ବ୍ୟକ୍ତି ଜଣକ ୩୬ ବର୍ଷୀୟା ୨ ଯାଆଁଳା ଭଉଣୀଙ୍କୁ ବିବାହ କରିଛି । ବର ଓ କନ୍ୟାଙ୍କ ପରିବାର ଲୋକ ଏହି ଅଜବ ବିବାହରେ ରାଜି ହୋଇଥିଲେ । ଏହି ୨ ଭଉଣୀ କିଛି ଦିନ ପୂର୍ବରୁ ନିଜ ପିତାଙ୍କ ଦେହାନ୍ତ ପରେ ମା’ଙ୍କ ସହ ରହୁଥିଲେ । ମା’ଙ୍କ ଦେହ ଖରାପ ହେବାରୁ ୨ ଭଉଣୀ ଅତୁଳଙ୍କ କାରରେ ମେଡିକାଲ ଯାଉଥିଲେ । ସେହି ସମୟରେ ଅତୁଳ ଓ ୨ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଲା ଓ ସେମାନେ ବିବାହ ପାଇଁ ନିଷ୍ପତ୍ତି ନେଲେ ।

Get real time updates directly on you device, subscribe now.