fbpx

ଟ୍ୱିଟରରେ ଦେଖାଦେଲା ଅର୍ଥିକ ସଙ୍କଟ, ବିକ୍ରି କରିବାକୁ ପଡୁଛି କମ୍ପାନୀ ଜିନିଷ

ନୂଆଦିଲ୍ଲୀ: ଆମେରିକା କୋଟିପତି ଏଲନ ମସ୍କ ଯେବେଠାରୁ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟର କିଣିଛନ୍ତି, ସେବେଠାରୁ ତାଙ୍କୁ ଅନେକ ଚ୍ୟାଲେଞ୍ଜ ଫେସ କରିବାକୁ ପଡୂଛି । ଏଲନ ମସ୍କ ସର୍ବ ପ୍ରଥମେ ଟ୍ୱିଟର କର୍ମଚାରୀ ମାନଙ୍କୁ ଚାକିରିରୁ ବାହାର କରିଦେଇଥିଲେ । ବଳକା କର୍ମଚାରୀଙ୍କୁ ଦିନ-ରାତି ଲଗାତାର କାମ କରିବାକୁ କହୁଛନ୍ତି । ବର୍ତ୍ତମାନ ଏହି କମ୍ପାନୀ ଅତିରିକ୍ତ ଟଙ୍କା ପାଇଁ ଅଫିସର ଜିନିଷ ବିକ୍ରି କରିବାକୁ ଲାଗିଛି ।

କିଛିଦିନ ହେଲାଣି ଟ୍ୱିଟର କର୍ମଚାରୀଙ୍କ ବେନିଫିଟ୍ସ କମ ହୋଇଥିବା କଥା ସାମ୍ନାକୁ ଆସୁଛି । ସେଥିପାଇଁ ବର୍ତ୍ତମାନ କମ୍ପାନୀ ଅଫିସର ବହୁ ଜିନିଷ ବିକ୍ରି କରିବାରେ ଲାଗିଛି । ଏହି ଜିନିଷ ମଧ୍ୟରୁ ଟ୍ୱିଟରର ବୋର୍ଡ, କଫି ବନାଇବା ମେସିନ, ରିଫ୍ରେଜିରେଟର ଏବଂ ଏପଲ ମେକ ଡିଭାଇସେଜ ଅନ୍ତର୍ଭୁକ୍ତ ଅଟେ । କମ୍ପାନୀ ହେରିଟେଜ ପାର୍ଟନର ସହିତ ମିଶି ୬୩୧ ଆଇଟମର ଲିଷ୍ଟ ବନାଇଛି । ଯାହାକୁ ଅନଲାଇନରେ ନିଲାମ କରାଯିବ ।

ଅନଲାଇନ ନିଲାମୀ ପାଇଁ କରାଯାଇଥିବା ଲିଷ୍ଟ ଆଇଟମକୁ ଟ୍ୱିଟରର ସାନଫ୍ରାନ୍ସିସ୍କୋ ଅଫିସରେ ଏକାଠି କରାଯାଇଛି । ଏଥିପାଇଁ ୧୮ ଜାନୁଆରୀ ରାତି ୧୧. ୩୦ ମିନିଟ ପରେ ଏହାକୁ ନିଲାମରେ ଲଗାଯିବ । ଅନଲାଇନ ଆକ୍ସନ ଦ୍ୱାରା କିଛି ଆଇଟମର ଦର ବହୁତ ରହିବ । ତେଣୁ କିଣିବା ପାଇଁ ଲୋକ ମାନଙ୍କ ମଧ୍ୟରେ କମ୍ପିଟିସନ ଦେଖିବାକୁ ମିଳିବ ।

ଟ୍ୱିଟର ୱାର୍ଡ ଷ୍ଟାଚୁର ମୂଲ୍ୟ ୨୦,୦୦୦ ଡଲାର ଅର୍ଥାତ ୧୬ଲକ୍ଷ ଟଙ୍କା ରହିଛି । ଏହାବ୍ୟତିତ କମ୍ପାନୀ … ଅଫର ପ୍ଲାଣ୍ଟର ବିକ୍ରି ହେଉଛି । ଯାହାର ମୂଲ୍ୟ ୮୦୦୦ ଡଲାର( ୬.୫୩ ଲକ୍ଷ) । ସେହିପରି ଝିଅ ମାନଙ୍କ ଚେୟାର ୧,୦୦୦ ଡଲାର ( ୮୧,୦୦୦) ରୁ ଅଧିକ ଟଙ୍କାରେ ବିକ୍ରି କରାଯିବ । କଫି ମେସିନର ମୂଲ୍ୟ ୩,୪୦୦ ଡଲାର( ୨ଲକ୍ଷ ୭୭ହଜାର)ରେ ବିକ୍ରି କରାଯିବା ନେଇ ଲିଷ୍ଟ ପ୍ରସ୍ତୁତ କରାଯାଇଛି ।

ପ୍ରକୃତରେ ଟ୍ୱିଟରର ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ଖରାପ ଅଛି ଏବଂ କମ୍ପାନୀ ସବୁ ଦିଗରୁ କିପରି ଟଙ୍କା ଯୋଗାଡ କରିବ ସେଥିପାଇଁ ପ୍ରୟାସ ଜାରି ରଖିଛି । ସେହିପରି ସିଙ୍ଗାପୁର ଅଫିସ ଖାଲି କରିବାକୁ କୁହାଯାଇଥିଲା କାରଣ ଏଲନ ମସ୍କ ସେହି ଅଫିସର ରେଣ୍ଟ ଦେଇ ନଥିଲେ । ସେହିପରି ମୁମ୍ବାଇ ଏବଂ ଦିଲ୍ଲୀରେ ଥିବା କମ୍ପାନୀ, ଅଫିସରୁ ଜିନିଷ ଖାଲି କରିବାରେ ଲାଗିଛି । ସୂଚନା ମିଳିଛି ଯେ, ପୂର୍ବବର୍ଷ ତୁଳନାରେ ଟ୍ୱିଟର ରେବେନ୍ୟୁ ୪୦ ପ୍ରତିଶତ କମିଛି ।

Get real time updates directly on you device, subscribe now.