fbpx

ଏଲନ ମସ୍କଙ୍କ ଅଧିଗ୍ରହଣ ପରେ ହ୍ରାସ ପାଇଛି ଟ୍ୱିଟର ମୂଲ୍ୟ, ଡିଲ ତୁଳନାରେ ଅଧା ହୋଇଛି ବଜାର ଦର

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ତରଫରୁ କିଣାଯାଇଥିବା ଟ୍ୱିଟରର ମୂଲ୍ୟ ବର୍ତ୍ତମାନ ଏହାର ଅଧା ହୋଇଯାଇଛି । ସସ୍କଙ୍କ ତରଫରୁ କର୍ମଚାରୀଙ୍କୁ ପଠାଯାଇଥିବା ଏକ ଇଣ୍ଟରନାଲ ମେଲରେ ଏହି କଥାର ଖୁଲାସା କରାଯାଇଛି । ଏହି ଖବର ସେତେବେଳେ ଆସିଛି ଯେତେବେଳେ ମସ୍କ ଟ୍ୱିଟରକୁ ଲାଭଦାୟକ କରିବା ପାଇଁ ଅନେକ ବଡ ପରିବର୍ତ୍ତନ କରୁଛନ୍ତି ।

ସମାଚାର ଏଜେନ୍ସି ଏଏଫପିର ଏକ ରିପୋର୍ଟରେ କୁହାଯାଇଛି ଯେ, ଟ୍ୱିଟରର ବର୍ତ୍ତମାନ ମୂଲ୍ୟ ୨୦ ବିଲିୟନ ଡଲାରରେ ପହଁଚିଛି । ଯାହାକି ପାଞ୍ଚ ମାସ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମର ଅଧିଗ୍ରହଣ ପାଇଁ ସେମାନେ ଦେଇଥିବା ୪୪ ବିଲିୟନ ଡଲାରର ଅଧାରୁ କମ ହୋଇଥାଏ । ତେବେ ଏହି ନୂତନ ଷ୍ଟକ୍ କ୍ଷତିପୂରଣ କାର୍ଯ୍ୟକ୍ରମ ପାଇଁ ଏହି ମେଲ କର୍ମଚାରୀ ମାନଙ୍କୁ ପଠାଯାଇଥିଲା ।

କ୍ଷତିପୂରଣ ଯୋଜନାରେ ଟ୍ୱିଟରର ମୂଲ୍ୟ ପ୍ରାୟ ୨୦ ବିଲିୟନ ଡ଼ଲାର ଅଟେ, ଯାହା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ସ୍ନାପଚାଟର ମୂଲ୍ୟ ୧୮.୨ ବିଲିୟନ ଏବଂ ପିନରେଷ୍ଟ ୧୮.୭ ବିଲିୟନ ଡ଼ଲାରରେ ରହିଛି। ଆଭ୍ୟନ୍ତରୀଣ ମେଲରେ ଟ୍ୱିଟରର ମୂଲ୍ୟ ହ୍ରାସ ହେବାର କାରଣ ମଧ୍ୟ ମସ୍କ କହିଛନ୍ତି। ତାଙ୍କ ମେଲରେ କୁହାଯାଇଛି ଯେ, ଟ୍ୱିଟର ବର୍ତ୍ତମାନ କଷ୍ଟକର ସମୟ ଦେଇ ଗତି କରୁଛି। କମ୍ପାନୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛି। ଏକ ସମୟରେ ଏହା ସ୍ଥିର ହେଲା ଯେ, କମ୍ପାନୀ ଦେବାଳିଆ ହେବାକୁ ଯାଉଛି। ଏହା ସହିତ ସେ କହିଛନ୍ତି ଯେ, ବର୍ଷରେ ୧.୫ ବିଲିୟନ ଡ଼ଲାରର ଆୟ ହ୍ରାସ ପାଇଛି ଏବଂ କମ୍ପାନୀ ଉପରେ ଋଣ ଭାର ମଧ୍ୟ ବୃଦ୍ଧି ପାଉଛି।

ମସ୍କଙ୍କ ଦ୍ୱାରା ଟ୍ୱିଟର ହାସଲ କରିବା ପରେ କମ୍ପାନୀର ବିଜ୍ଞାପନଦାତା ମଧ୍ୟ ହ୍ରାସ ପାଇଛନ୍ତି, ଯେଉଁ କାରଣରୁ ଟ୍ୱିଟର ଯନ୍ତ୍ରଣା ଭୋଗୁଛି। ଅକ୍ଟୋବର ୨୦୨୨ ରେ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣାଯାଇଥିଲା। ସେବେଠାରୁ ମସ୍କ କମ୍ପାନୀରେ ଅନେକ ବଡ଼ ପରିବର୍ତ୍ତନ କରି ଆସୁଛନ୍ତି। ସେ କର୍ମଚାରୀଙ୍କ ସଂଖ୍ୟାକୁ ୭,୫୦୦ ରୁ ୨,୦୦୦ କୁ ହ୍ରାସ କରିଛନ୍ତି। ଏହା ସହିତ କମ୍ପାନୀର ଆୟ ବୃଦ୍ଧି ପାଇଁ ବ୍ଲୁ ଟିକ୍ ପ୍ରଦାନ କରାଯାଇଛି।

Get real time updates directly on you device, subscribe now.