fbpx

ବଜାର ମଧ୍ୟରେ ଗ୍ରେନେଡ୍ ବିସ୍ଫୋରଣ: ୨ ମୃତ

ଦିସପୁର, ୧୫ା୫: ଆସାମର ତିନସୁକିଆ ଜିଲ୍ଲାର ଡିଗବୋଇ ଅଞ୍ଚଳରେ ଏକ ଗ୍ରେନେଡ୍ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏହାଛଡ଼ା ଅନ୍ୟ ଜଣେ ଆହତ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତିନସୁକିଆ ଜିଲ୍ଲାର ତିଙ୍ଗରଇ ବଜାରରେ ଘଟିଥିବା ବିସ୍ଫୋରଣ ନେଇ ଗୃହମନ୍ତ୍ରୀ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହି ବିସ୍ଫୋରଣ ପଛରେ କାହାର ହାତ ଅଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.