fbpx

ବାଇକ୍ ଦୁର୍ଘଟଣା: ୨ ମୃତ

କେନ୍ଦୁଝର, ୧ା୧୨ (ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବଣଚକଳିଆ ଗାଁ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ଦୁଇ ଜଣ ବାଇକ୍ ଆରୋହୀ ଗୁଣ୍ଡିଚାଘାଗି ଜଳପ୍ରପାତରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବାଇକଟି ଏକ ଗଛରେ ପିଟି ହୋଇଯିବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ମୃତକଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ ହୋଇଥିବା କୁହାଯାଇଛି ।

Get real time updates directly on you device, subscribe now.