fbpx

ଜଣେ ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ଦିଆଯିବ ଦୁଇଟି ଭିନ୍ନ ଭିନ୍ନ ଟିକା, କେନ୍ଦ୍ର ପକ୍ଷରୁ ଟ୍ରାଏଲ୍ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ବିଶ୍ୱରେ ପୁଣି ଥରେ କରୋନା ମହାମାରୀର ପ୍ରଭାବ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କରୋନାର ତୃତୀୟ ଲହର କିଛି ଦେଶରେ ଆରମ୍ଭ ହୋଇଯାଇଛି ବୋଲି ମତ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି କରୋନା ଟିକାକୁ ସବୁଠାରୁ ଉତ୍ତମ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଏଭଳି ସମୟରେ କରୋନା ଟିକାର ମିଶ୍ରିତ ଡୋଜକୁ ସାମିଲ କରିବାକୁ ସରକାର ବୈଜ୍ଞାନିକଙ୍କ ଅଧ୍ୟୟନକୁ ଅନୁମତି ଦେଇଛନ୍ତି । ଏହା ଅନୁଯାୟୀ, ଏଣିକି ଜଣେ ବ୍ୟକ୍ତି ଦୁଇଟି ଭିନ୍ନ ଟିକା ନେଇପାରେ। ଏକ୍ସପର୍ଟ ୱାର୍କିଂ କମିଟି (ଝଋଉ) ର ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

କମିଟିର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ ବର୍ତ୍ତମାନ ପର୍ୟ୍ୟନ୍ତ ଅନେକ ଦେଶରେ ସମାନ ବ୍ୟକ୍ତିଙ୍କୁ ଦୁଇଟି ଭିନ୍ନ ଟିକା ଦିଆଯାଉଛି । ସେପଟେ କିଛି ଦିନ ତଳେ ଉତ୍ତରପ୍ରଦେଶରେ ଏପରି ଏକ ଘଟଣା ରିପୋର୍ଟ କରାଯାଇଥିଲା ଯାହା ଅବହେଳା ବୋଲି ବିବେଚନା କରାଯାଇଥିଲା । କାରଣ ସେତେବେଳେ ଆମ ଦେଶରେ ଦୁିଟି ଭିନ୍ନ ଭିନ୍ନ ଟିକାକୁ ଅନୁମୋଦନ ଦିଆଯାଇନଥିଲା । ସେ କହିଛନ୍ତି ଯେ ମିଶ୍ରିତ ଡୋଜ ବିଷୟରେ ସିଏମସି ଭେଲୋରର ବିଶେଷଜ୍ଞଙ୍କଠାରୁ ମଧ୍ୟ ଏକ ପ୍ରସ୍ତାବ ଗ୍ରହଣ କରାଯାଇଛି । ବର୍ତ୍ତମାନ ଏହା ଉପରେ ଅଧ୍ୟୟନ ପାଇଁ ଅନୁମତି ଦିଆଯାଇଛି ।

ଯଦି ଏହି ଅଧ୍ୟୟନ ସଫଳ ରୂପ ନିଏ ତେବେ ଆଗାମୀ ଦିନରେ ଏହାକୁ ଟିକାକରଣରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । କମିଟି ସଦସ୍ୟ କହିଛନ୍ତି ଯେ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ମିଶ୍ରଣରୁ କୌଣସି ପ୍ରତିକୂଳ ପ୍ରଭାବ ଏପର୍ଯ୍ୟନ୍ତ ରିପୋର୍ଟ କରାଯାଇ ନାହିଁ । ଉତ୍ତରପ୍ରଦେଶ ଘଟଣାରେ ମଧ୍ୟ ସେପରି କୌଣସି ମାମଲା ପରେ ମିଳିଲା ନାହିଁ ।

 

Get real time updates directly on you device, subscribe now.