fbpx

ବିଲରେ ପଶି ପରିବା ଖାଇଦେଲା ଗାଈ: ୨ ଗୋଷ୍ଠି ମଧ୍ୟରେ ଲାଗିଲା ମାର୍‌ପିଟ୍, ୫ ଆହତ

ବାଲିପାଟଣା (ଭାସ୍କର ନ୍ୟୁଜ):  ସ୍ଥାନୀୟ ମହୁ ଖଣ୍ଡା ଗ୍ରାମରେ ବିଲରେ ପଶି ଗାଈ ପରିବା ଖାଇଦେବାକୁ ନେଇ ୨ ଗୋଷ୍ଠି ମଧ୍ୟରେ ମାର୍‌ ପିଟ୍‌ ଯୋଗୁଁ ୫ ଜଣ ଆହତ ହୋଇଛନ୍ତି । ଆହାତ ବ୍ୟକ୍ତି ମାନେ ହେଲେ ଗଙ୍ଗାଧର ଲେଙ୍କା ଏବଂ ତାଙ୍କ ପୁଅ ମିଥୁନ ଲେଙ୍କା, ସ୍ୱାଧୀନ ଲେଙ୍କା । ଅନ୍ୟ ପକ୍ଷର ହେଉଛନ୍ତି ସନ୍ତୋଷ ଭୋଳ ଏବଂ ବିକାଶ ଭୋଳ । ଲେଙ୍କା ଘର ପରିବା କିଆରୀରେ ଭୋଳ ଘର ଗାଇ ପଶି ପରିବା ଖାଇ ନଷ୍ଟ କରିବାରୁ ଗଣ୍ଡଗୋଳ ସୃଷ୍ଠି ହୋଇଥିବା ଜଣାପଡିଛି । ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ ଗଙ୍ଗାଧର ଲେଙ୍କା ତାଙ୍କ ବିଲରେ ପୋଟଳ ଏବଂ ବାଈଗଣ ଚାଷ କରନ୍ତି । ବାରମ୍ୱାର ମନା କରିବା ସତ୍ତେ୍ୱ ଭୋଳ ଘର ଗାଇ ତାଙ୍କ ବିଲରେ ପଶି ପରିବା ଖାଇବା ସହିତ ନଷ୍ଟ କରୁଥିଲେ । ଗତକାଲି ସକାଳେ ପୁଣି ଗାଈ ପଶି ଫସଲ ନଷ୍ଟ କରିବା ଯୋଗୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଅପରାହ୍ନରେ ଗଙ୍ଗାଧର ତାଙ୍କ ଦୁଇ ପୁଅ ସହିତ ବିଲରେ ପିଡ଼ିଆ ପକେଇବାକୁ ଯାଉଥିବା ସମୟରେ ପୂର୍ବରୁ ଛକି ରହିଥିବା ଭୋଳ ପରିବାର ଭୁଜାଲି,ଶାବଳ, କଟୁରୀ ଏବଂ ଠେଙ୍ଗା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ଗଙ୍ଗାଧର ଏବଂ ସ୍ୱାଧିନଙ୍କ ମୁଣ୍ଡ ଫାଟିଯାଇଥିଲା । ପ୍ରତି ଆକର୍ମଣରେ ଅପରପକ୍ଷର ମଧ୍ୟ ଆହାତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.