fbpx

ଏହି ବୈଜ୍ଞାନିକ କରିଥିଲେ ବିଚିତ୍ର ପ୍ରୟୋଗ, ବନେଇଥିଲେ ଦୁଇ ମୁଣ୍ଡିଆ କୁକୁର

ନୂଆଦିଲ୍ଳୀ: ଆଜିକା ସମୟରେ ଚିକିତ୍ସା ବିଜ୍ଞାନ ବହୁତ୍ ଉନ୍ନତି କରିଛି, ପ୍ରତିଦିନ ନୂଆ ନୂଆ ପ୍ରୟୋଗ ଯୋଗୁଁ ଆଜି ହୁଏତ ଲୋକମାନେ ମୃତ୍ୟ ମୁଖରୁ ବଞ୍ଚିଯିବାର ସମ୍ଭାବନା ବଢ଼ିଛି । କିନ୍ତୁ ଏକଥାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ଯେ ଚିକିତ୍ସା ବିଜ୍ଞାନ ଇତିହାସ ଅନେକ ବିଚିତ୍ର ମୋଡ଼ ଦେଇଆସିଛି । ବିଚିତ୍ର ଏଥିପାଇଁ କାରଣ ଇତିହାସରେ ଅନେକ ଏଭଳି ଅଜବଗଜବ ପୟୋଗ କରଯାଇଛି, ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଯଦି ଆପଣ ଚିକିତ୍ସା ବିଜ୍ଞାନ ଇତିହାସ ବିଷୟରେ ଜାଣିଥିବେ ତେବେ ଆପଣଙ୍କୁ ମନୁଷ୍ୟ ଉପରେ କରାଯାଇଥିବା ଅନେକ ଲୋମଟାଙ୍କୁରା ପ୍ରୟୋଗର ବର୍ଣ୍ଣନା ମିଳିବ, ପଶୁଙ୍କ ଉପରେ ତ’ ଆରମ୍ଭରୁ ପ୍ରୟୋଗ କରାଯାଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ହୁଏତ କେବେ ଶୁଣିନଥିବେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଇତିହାସରେ ଏଭଳି ଜଣେ ପାଗଳ ବୈଜ୍ଞାନିକ ଥିଲେ ଯିଏକି ଦୁଇ ମୁଣ୍ଡ ଥିବା କୁକୁର ବନେଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ଅଜବ-ଗଜବ ପ୍ରୟୋଗର ପୂରା କାହାଣୀ ।

ଏହି ଅଜବ ପ୍ରୟୋଗ କରିଥିବା ବୈଜ୍ଞାନିକଙ୍କ ନାମ ଥିଲା ଡ.ଭ୍ଲାଦିମିର ଡେମୀଖୋବ । ଏହି ସୋଭିଏତ୍ ବୈଜ୍ଞାନିକ ଏକ ବିଚିତ୍ର ପ୍ରୟୋଗ କରିଥିଲେ । ଏହି ବୈଜ୍ଞାନିକ ଏକ ଛୋଟ କୁକୁର ପ୍ରାୟ ଅଧା ଶରୀରକୁ ବଡ଼ କୁକୁରର ଶରୀରରେ ଯୋଡ଼ି ଦେଇଥିଲେ । ୧୯୫୪ ରେ ଏହି ପ୍ରୟୋଗ କରାଯାଇଥିଲା କିନ୍ତୁ ପ୍ରଥମ ଥର ସଫଳତା ମିଳିନଥିଲା । ଏହି ପ୍ରୟୋଗ ପାଇଁ ଡା.ଭ୍ଲାଦିମିର ଡେମୀଖୋଭ ଏବଂ ତାଙ୍କ ସହଯୋଗୀ ୨୩ ସର୍ଜରୀ କରିଥିଲେ କିନ୍ତୁ ସଫଳତା ମିଳିନଥିଲା, ୨୪ ତମ ସର୍ଜରୀରେ ସେତେ ଭଲ ପରିଣାମ ମିଳିନଥିଲେ ବି ପ୍ରୟୋଗ ବେଶ୍ ପ୍ରଚାରିତ କରାଯାଇଥିଲା ।

ଡା.ଭ୍ଲାଦିମିର ଡେମୀଖୋଭ ନିଜର ଏହି ବିଚିତ୍ର ପ୍ରୟୋଗ ପାଇଁ ଏକ ବଡ଼ ଜର୍ମାନ ଶେଫର୍ଡକୁ ବାଛିଥିଲେ. ଯାହାକୁ ବ୍ରୋଡୟାଗା ନାମ ଦିଆଯାଇଥିଲା ଏବଂ ଛୋଟ କୁକୁର ନାମ ଶାଭକା ଦିଆଯାଇଥିଲା । ଏହି ପ୍ରୟୋଗରେ ଜର୍ମାନ ଶେଫର୍ଡର ଶୀରରରେ ଛୋଟ କୁକୁରର ପ୍ରାୟ ଅଧା ଶରୀରକୁ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା । ଏଥିପାଇଁ ଶବକାର ଶୀରର ତଳଭାଗକୁ କାଟି ଦିଆଯାଇଥିଲା ଏବଂ ବ୍ରୋଡୟାଗାର ଉପର ଶରୀରର ଏକ ଭାଗରେ ଚିରି ଯୋଡ଼ା ଯାଇଥିଲା । ଏହି ଅପରେସନ ପାଇଁ ସାଢ଼େ ୩ ଘଣ୍ଟା ସମୟ ଲାଗିଥିଲା ।

ଅପରେସନ ପରେ କୁକୁରର ଦୁଇଟି ମୁଣ୍ଡ ଶୁଣିପାରୁଥିଲେ, ଦେଖିପାରୁଥିଲେ, ଶୁଙ୍ଘି ପାରୁଥିଲେ ଏବଂ ଭୋଜନ କରିପାରୁଥିଲେ । ଅବଶ୍ୟ, ଶାବକାର ଟ୍ରାନ୍ସପ୍ରାଣ୍ଟ ମୁଣ୍ଡ ବ୍ରୋଡୟାଗାର ପେଟ ସହ ଜଡ଼ିତ ନଥିଲା । ଏଥିପାଇଁ ସେ ଯାହା କିଛିବି ଖାଉଥିଲା ତାହା ଏକ ବାହାର ଟ୍ୟୁବ୍ ଜରିଆରେ ବାହାରି ଯାଉଥିଲା ।

ତେବେ ଅପରେସନ ସଫଳ ହୋଇଥିଲେ ବି ଏହି କୁକୁର ଅଧିକ ଦିନ ବଞ୍ଚିନଥିଲେ । ଏହି କୁକୁର ଚାରି ଦିନ ପର୍ଯ୍ୟନ୍ତ ହିଁ ଜୀବିତ ରହିଥିଲେ । କୁହାଯାଉଛି ଯେ ଯଦି ବେକର ଏକ ଶିର ଖରାପ ହୋଇନଥାନ୍ତା ତେବେ ଏହି କୁକୁର ଡା.ଭ୍ଲାଦିମିର ଡେମୀଖୋଭ ଙ୍କ ସବୁଠୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିଥିବା ଦ୍ୱିତୀୟ ଦୁଇ ମୁଣ୍ଡ କୁକୁରଙ୍କ ଠାରୁ ଅଧିକ ବଞ୍ଚିପାରିଥାନ୍ତେ । ସେହିଭଳି କୁହାଯାଉଛି ଯେ ପ୍ରଥମଥର କୁକୁର ମୁଣ୍ଡ ଟ୍ରାନ୍ସପ୍ଲାଣ୍ଟ୍ ୧୯୦୮ ରେ ଡ.ଆଲେକ୍ସିସ କ୍ୟାରେଲ ଏବଂ ଡ. ଚାର୍ଲସ ଗଥିରଙ୍କ ଦ୍ୱାରା କରାଯାଇଥିଲା ।

Get real time updates directly on you device, subscribe now.