fbpx

୩୦୦୦ ଫୁଟ୍ ଉପରେ କ୍ରାସ ହେବାରୁ ବର୍ତ୍ତିଲା ଦୁଇ ଫ୍ଲାଇଟ୍, ଏହି ବ୍ୟକ୍ତି ବଞ୍ଚାଇଲେ ୪୨୬ ଜଣକ ଜୀବନ

ବେଙ୍ଗାଲୁରୁ ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣା ହେବାରୁ ବର୍ତ୍ତିଯାଇଛି । ବିମାନ ବନ୍ଦରରୁ ଉଡ଼ାଣ ଭରିଥିବା ଇଣ୍ଡିଗୋର ଦୁଇଟି ବିମାନ ୩୦୦୦ ଫୁଟ୍ ଉପରେ ପରସ୍ପର ଧକ୍କା ହେବାରୁ ବର୍ତ୍ତିଯାଇଥିଲେ । ଜାନୁଆରୀ ୭ ତାରିଖରେ ସକାଳେ ଉଡ଼ାଣ ଭରିବା ପରେ ଇଣ୍ଡିଗୋର ଦୁଇଟି ବିମାନ ଆକାଶରେ ସାମ୍ନାସାମ୍ନି ଧକ୍କା ହେବାରୁ ବଞ୍ଚିଯାଇଥିଲେ ।

ରିପୋର୍ଟ ଅନୁଯାୟୀ ଦୁଇ ବିମାନରେ ୪୨୬ ଜଣ ଯାତ୍ରୀ ଏବଂ କ୍ରୁ ମେମ୍ବର ରହିଥିଲେ । ଡିଜିସିଏର ଅଧିକାରୀ କହିଛନ୍ତି ଯେ ଇଣ୍ଡିଗୋର ଦୁଇ ବିମାନ ୬ଇ୪୫୫ ଯାହା ବାଙ୍ଗାଲୋରରୁ କୋଲକାତା ଏବଂ ୬ଇ୨୪୬ ଯାହା ବେଙ୍ଗାଲୁରୁ ରୁ ଭୁବନେଶ୍ୱର ପାଇଁ ଉଡ଼ାଣ ଭରିଥିଲା । ଉଭୟ ବିମାନ ପ୍ରାୟ ୩୦୦୦ ଫୁଟ ଉପରକୁ ପହଞ୍ଚିଯାଇଥିଲେ । ଦୁଇ ବିମାନ ବିପଦପୂର୍ଣ୍ଣ ଭାବରେ ପରସ୍ୱର ପାଖକୁ ଆସିଯାଇଥିଲେ ମଧ୍ୟ । କିନ୍ତୁ ଏହି ସମୟରେ ବେଙ୍ଗାଲୁରୁ କ୍ୟାମ୍ପେଗୌଡ଼ା ଏୟାରପୋର୍ଟର ଉଡ଼ାଣ କ୍ଷେତ୍ର ଉପରେ ନଜର ରଖିଥିବା ରାଡାର କଣ୍ଟ୍ରୋଲର ଲୋକେନ୍ଦ୍ର ସିଂହଙ୍କ ନଜରକୁ ଏହା ଆସିଥିଲା ଏବଂ ସେ ସଙ୍ଗେ ସଙ୍ଗେ ଦୁଇ ବିମାନକୁ ଦିଗ ପରିବର୍ତ୍ତନ କରିବାକୁ କହିଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣା ହେବାରୁ ବର୍ତ୍ତି ଯାଇଥିଲା ।

ବିମାନବନ୍ଦରର ଉତ୍ତର ଏବଂ ଦକ୍ଷିଣ ରନୱେ ଏକ ସାଙ୍ଗରେ ଟେକ୍ ଅଫ୍ ପାଇଁ ବ୍ୟବହାର କରାଯାଇନଥାଏ । କାରଣ ସମାନ ଦୂରତାରେ ଉଡ଼ାଣ ଭରୁଥିବା ବିମାନ ପରସ୍ପର ସହ ଧକ୍କା ହୋଇପାରନ୍ତି । ବେଙ୍ଗାଲୁରୁ ଏୟାରପୋର୍ଟରୁ ଉଡ଼ାଣ ଭରିଥିବା ଏହି ବିମାନ ସହ ଏହାହିଁ ଘଟିଥିଲା ଦୁଇଟିଯାକ ବିମାନ ସମାନ ଦିଗରେ ଉଡ଼ାଣ ଭରିଥିଲେ । ଗ୍ରାଉଣ୍ଡ ଷ୍ଟାଫଙ୍କ ଭୁଲ କାରଣରୁ ଦୁଇ ବିମାନ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା ।

ରିପୋର୍ଟ ଅନୁଯାୟୀ ଘଟଣା ଦିନ ସକାଳେ ନର୍ଥ ରନୱେକୁ ପ୍ରସ୍ଥାନ ବ୍ୟବହାର ପାଇଁ କରାଯାଉଥିଲା । ଯେତେବେଳେକି ସାଉଥ୍ ରନୱେକୁ ଲ୍ୟାଣ୍ଡି ପାଇଁ ବ୍ୟବହାର କରାଯାଉଥିଲା । ପରେ ଶିଫ୍ଟ ଇନଚାର୍ଜ ସାଉଥ୍ ରନୱେକୁ ବନ୍ଦ କରିଥିଲେ କିନ୍ତୁ ସାଉଥ୍ ଟାୱାର ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କୁ ଏହାର ସୂଚନା ଦିଆଯାଇନଥିଲା । ସାଉଥ୍ ଟାୱାର କଣ୍ଟ୍ରୋଲର ବାଙ୍ଗାଲୋର ଯାଉଥିବା ବିମାନକୁ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ । ଠିକ୍ ଏହି ସମୟରେ ନର୍ଥ ଟାୱାର କଣ୍ଟ୍ରୋଲର ମଧ୍ୟ ଅନ୍ୟ ବିମାନକୁ ଉଡ଼ାଣ ମଞ୍ଜୁରୀ ଦେଇଦେଇଥିଲେ । ଉଭୟ ନର୍ଥ ଏବଂ ସାଉଥ୍ ଟାୱାର କଣ୍ଟ୍ରୋଲରଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଫଳରେ ଏଭଳି ସ୍ଥିତି ଉପୁଜିଲା ବୋଲି କହିଛି ଡିଜିସିଏ ।

Get real time updates directly on you device, subscribe now.