fbpx

୨ JE ସସପେଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆପଡ଼ା ଜିଲ୍ଲାର ଦୁଇଜଣ ଜେଇଙ୍କୁ ସସପେଣ୍ଡ କରାଯାଇଛି । ସେମାନେ ହେଲେ ସିନାପାଲି ବ୍ଲକ ଜେଇ ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁ । ପିସି କାରବାରକୁ ନେଇ ଉଭୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି ।

ସିନାପାଲି ବ୍ଲକର କାପସି ଡଙ୍ଗରିପଡ଼ାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମିତ ହୋଇଥିବା କମ୍ୟୁନିଟି ସେଣ୍ଟରକୁ ନେଇ ପିସି କାରବାର ହୋଇଥିବା ଅଭିଯୋଗ ହୋଇଥିଲା । ଜଣାପଡ଼ିଛି ଯେ, ଉକ୍ତ ପ୍ରକଳ୍ପର ମୂଲ୍ୟ ଲକ୍ଷାଧିକ ଟଙ୍କା ରହିଥିବା ବେଳେ ସେଥିରୁ କିଏ କେତେ ନେବ ସେନେଇ ଆଲୋଚନା ସମୟରେ ଭିଡିଓ ଭାଇରାଲ୍ ହୋଇଥିଲା । ଜେଇ ତିହାଡ଼ିଙ୍କ ବାସଭବନରେ ବସିଥିବା ଉକ୍ତ ବୈଠକରେ ଠିକାଦାର ଓ ଜେଇ କିଏ କେତେ ପିସି ପାଇବେ ସେନେଇ ସମସ୍ତ ତଥ୍ୟ ସାମନାକୁ ଆସିବା ପରେ ଏହି ଘଟଣା ଉପରେ ଖୁବ୍ ଚର୍ଚ୍ଚା ହୋଇଥିଲା । ତେବେ ଏହି ଦୁଇ କନିଷ୍ଠ ଯନ୍ତ୍ରୀଙ୍କ ସସପେଣ୍ଡ ନେଇ ପିଡି ଡିଆରଡିଏଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.