ନିଜ ଫାସରେ ନିଜେ ପଡ଼ିଗଲେ ଚାଷୀ; ତାଙ୍କୁ ବଞ୍ଚାଇବାକୁ ଯାଇ ମହିଳା ମୃତ
ସିମୁଳିଆ ଥାନା ଅଡ଼ା ପଞ୍ଚାୟତ ମହିଷୀପଣ୍ଡା ଗାଁର ଯୁବ ଚାଷ ବାବୁଲି ଦାସ ନିଜ ଚାଷ ଜମିକୁ ଗାଈ ଗୋରୁଙ୍କ କବଳରୁ ରକ୍ଷା କରିବା ପାଇଁ କିଆରି ଚାରି ପାଶ୍ୱର୍ରେ ତାର କରିଥିଲେ
ବାଲେଶ୍ୱର: ଷଣ୍ଢ ଦାଉରୁ ଚାଷ ଜମିକୁ ବଞ୍ଚାଇବା ପାଇଁ କିଆରି ଚାରି ପାଖରେ ବିଦ୍ୟୁତ ଝଟକା ଦେଇଥିଲେ ଚାଷୀ। ହେଲେ ଦୁର୍ଭାଗ୍ୟକୁ ସେହି ଝଟକ ସଂସ୍ପର୍ଶରେ ଆସି ଆଜି ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଛି। ଚାଷୀଙ୍କୁ ଉଦ୍ଧାର କରିବାକୁ ଆସି ଜଣେ ପଥଚାରୀ ମହିଳାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି।
Uttarakhand Govt.
ସିମୁଳିଆ ଥାନା ଅଡ଼ା ପଞ୍ଚାୟତ ମହିଷୀପଣ୍ଡା ଗାଁର ଯୁବ ଚାଷ ବାବୁଲି ଦାସ ନିଜ ଚାଷ ଜମିକୁ ଗାଈ ଗୋରୁଙ୍କ କବଳରୁ ରକ୍ଷା କରିବା ପାଇଁ କିଆରି ଚାରି ପାଖରେ ତାର କରିଥିଲେ। ସେହି ତାରରେ ବିଦ୍ୟୁତ ଝଟ୍କା ଦେଇଥିଲେ। ହେଲେ ଆଜି ସକାଳେ ସେ ଭୁଲ ବସତଃ ସେହି ତାରକୁ ଛୁଇଁ ଦେଇଥିଲେ। ଯାହାଫଳରେ ବିଲରେ ପଡ଼ି ଛଟପଟ ହେଉଥିଲେ।
ଠିକ୍ ସେହି ସମୟରେ ରାସ୍ତାରେ ଯାଉଥିବା ପାର୍ବତୀ ମୁଣ୍ଡା ନାମକ ଜଣେ ମହିଳା ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ। ସେ ମଧ୍ୟ ଝଟକା ସଂସ୍ପର୍ଶରେ ଆସି ଯାଇଥିଲେ। ଉଭୟଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବିଦ୍ୟୁତ ସରବରାହ କାଟି ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

