fbpx

ଏନକାଉନଣ୍ଟରେ ଟଳିଲେ ୨ ଆତଙ୍କବାଦୀ: ବ୍ୟାଙ୍କ ମ୍ୟାନେଜର ହତ୍ୟାରେ ସାମିଲ ମହମ୍ମଦ ଲୋନ ନିହତ

କାଶ୍ମୀର: ସେନାର ଏନକାଉଣ୍ଟରେ ଟଳିଲେ ୨ ଆତଙ୍କୀ । ସୋପିଆନରେ ଲସ୍କର-ଇ-ତୋଏବାର ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିକଟରେ ଟାର୍ଗେଟ କିଲିଂ ସମୟରେ ବ୍ୟାଙ୍କ ମ୍ୟାନେଜର ବିଜୟଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ଆତଙ୍କୀ ଏଥିରେ ନିହତ ହୋଇଛି । ଜାମ୍ମୁ-କାଶ୍ମୀର ପୋଲିସ ଏସମ୍ପର୍କରେ ପୋଲିସକୁ ସୂଚନା ଦେଇଛି ।

କାଶ୍ମୀର ଜୋନର ପୋଲିସ ଟ୍ୱିଟ୍ କରି କହିଛନ୍ତି ଯେ ହତ୍ୟା କରାଯାଇଥିବା ଉଭୟ ଆତଙ୍କବାଦୀ ଲସ୍କର ସହ ଜଡିତ ଅଛନ୍ତି ଏବଂ ସେମାନଙ୍କୁ ଚିହ୍ନଟ କରାଯାଉଛି । ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଅପରେସନରେ ଏହି ସର୍ଚ୍ଚ ଅପରେସନ କରାଯାଇଥିବା ସେ କହିଛନ୍ତି ।

ଏହା ସହ କୁଲଗ୍ରାମରେ ବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । କୁଲଗ୍ରାମରେ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.