fbpx

(Video) ଦୁନିଆର ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ: ଡ୍ରୋନ୍ ଉପରେ ବସିଥିବା ଉଡ଼ିଗଲେ ୨ ବ୍ୟକ୍ତି

ନୂଆଦିଲ୍ଲୀ: ପୂର୍ବରୁ ଡ୍ରୋନକୁ କେବଳ ଖୁଫିୟା ଏଜେନ୍ସିଗୁଡ଼ିକ ବ୍ୟବହାର କରୁଥିଲେ । ସେମାନେ ଡ୍ରେନ ମାଧ୍ୟମରେ ମନିଟରିଂ କିମ୍ବା ତଥ୍ୟ ସଂଗ୍ରହ କରୁଥିଲେ । କିନ୍ତୁ ଏବେ ସମୟ ବଦଳିଯାଇଛି ଏବଂ ଡ୍ରୋନର ବ୍ୟବହାର ବିବାହ ସମାରୋହ ଏବଂ ସ୍ପୋର୍ଟସ୍ ଇଭେଣ୍ଟରେ କରାଯାଉଛି । ଏହା ବ୍ୟତୀତ ଡ୍ରୋନରେ ଜିନିଷର ଡେଲିଭରି କାମ ମଧ୍ୟ ଆରମ୍ଭ ହୋଇଛି । ସାମଗ୍ରୀ ଡେଲିଭର ଯାଏଁ ତ ଠିକ୍ ଅଛି, କିନ୍ତୁ ଡ୍ରୋନରେ ବସି ଲୋକ ଉଡିବା କଥା ଆପଣ କେବେ ଶୁଣିଛନ୍ତି କି? ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୨ ଜଣ ବ୍ୟକ୍ତି ଡ୍ରୋନ ଉପରେ ବସି ଉଡୁଥିବା ଦେଖିବାକୁ ମିଳିଛି ।

ଭିଡିଓଟି ଇଣ୍ଟରନେଟରେ ଖୁବ୍ ଦ୍ରୁତଗତିରେ ଭାଇରାଲ ହେଉଛି । ଆପଣ ବି ଭିଡିଓରେ ଦେଖିପାରିବେ କି, ଡ୍ରୋନରେ ଆରାମରେ ବସିଥିବା ଦୁଇଜଣ ବ୍ୟକ୍ତି ଚାହୁଁ ଚାହୁଁ ଆକାଶରେ ଉଡିବାକୁ ଲାଗିଛନ୍ତି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବା ସହ ମଜାଦାର କମେଣ୍ଟ ଦେଉଛନ୍ତି ।

ଏହି ଡ୍ରୋନରେ ବସି ଦୁଇଜଣ ଏପରି ଉଡୁଛନ୍ତି, ଯାହାକୁ ଦେଖି ଏହା ଡ୍ରୋନ୍ ନା ହେଲିକପ୍ଟର ବୋଲି ଲୋକେ ଭାବୁଛନ୍ତି । ଭିଡିଓରେ ଦୁଇଜଣ ଲୋକ ଏକ ବଡ ଡ୍ରୋନରେ ବସିଥିବା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଏହି ଡ୍ରୋନର ଡ୍ରାଇଭିଂ ସିଟ୍ ଉପରେ ବସି ଏହାକୁ ଆକାଶରେ ଉଡ଼ାଇଥିବା ବେଳେ ପଛରେ ବସିଥିବା ଲୋକ ଭିଡିଓ ସୁଟିଂ କରୁଥିବା ନଜର ଆସିଛନ୍ତି । । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.