fbpx

ଆସୁଛି ଆଉ ଦୁଇଟି ପଶ୍ଚିମା ଝଡ଼: ବର୍ଷାରେ ଭିଜିବ ୪ ଦିନ

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଗତ କିଛିଦିନ ହେବ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ କୁଆପଥର ମାଡ଼ ଓ ପବନ ଲାଗି ରହିଥିବା ବେଳେ ଏବେ ଏଥିରେ ବ୍ରେକ୍ ଲାଗିଛି । ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ଆଉଏକ ପଶ୍ଚିମାଝଡ଼ ମାଡ଼ି ଆସୁଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ୪ ଦିନ ଧରି ବର୍ଷା ଲାଗି ରହିବ ।

ବର୍ଷା ସମୟରେ ବିଜୁଳି, ଘଡ଼ଘଡ଼ି ସହ ପବନ ହେବା ନେଇ ପାଣିପାଗ ବିଭାଗ ମଧ୍ୟ ପୂର୍ବାନୁମାନ କରିଛି । ରବିବାରଠାରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ ।

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ପୁରୀ ସମେତ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବ । ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ୨୭ ତାରିଖଠାରୁ ବର୍ଷାର ପରିମାଣ ବୃଦ୍ଧି ଘଟିବ । ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲା, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହାସହ ସଲଗ୍ନ ଜିଲ୍ଲା ଗୁଡ଼ିକରେ ମଧ୍ୟ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ତେବେ ଏହାର ପ୍ରଭାବ କମ୍ ରହିବ ବୋଲି ସୂଚନା ଦିଆଯାଇଛି । ଟ୍ରାପ୍ଲାଇପ୍ ପ୍ରଭାବରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ମଧ୍ୟ ଜାରି ରହିଛି ।

Get real time updates directly on you device, subscribe now.