fbpx

ନିଲମ୍ବିତ ହେଲେ ଦୁଇ ପୋଲିସ ଅଧିକାରୀ

ପୁରୀ, ୧୭ା୧ (ଓଡିଶା ଭାସ୍କର): ପୁରୀ ସଦର ଥାନା ମହିଳା ଏସଆଇ ଅତଶି ଜେନାଙ୍କୁ ନିଲମ୍ବିତ କରାଯାଇଛି । ଜୁଆ ଆଡ୍ଡାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା ।

ସେହିପରି କୃଷ୍ଣପ୍ରସାଦ ଥାନା ଏଏସଆଇଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ପୁରୀ ଏସପି କୃଷ୍ଣପ୍ରସାଦ ଥାନା ଏଏସଆଇ ଗୁମାନ ସିଂଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ଜଣେ ବ୍ୟବସାୟୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ପୁରୀ ଏସପି କନୱର ବିଶାଲ ସିଂ ଦୁଇ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.