fbpx

ଦୁଇ ମହିଳାଙ୍କ ମଧ୍ୟରେ ଟକ୍କର: ୫୧୦ କୋଟିରେ ନିଲାମ ହେଲା ୭୨ ଲକ୍ଷର ମଦ ଦୋକାନ

ନୂଆଦିଲ୍ଲୀ, ୭ା୩: ଦୁଇଟି ପରିବାର ମଧ୍ୟରେ କଳହ ଯେ କେତେ ଭୟଙ୍କର ହୋଇପାରେ ତାହା ରାଜସ୍ଥାରେ ଦେଖିବାକୁ ମିଳିଛି । ଏଠାରେ ଦୁଇ ପରିବାରର ଦୁଇ ଜଣ ମହିଳା ଏକ ମଦ ଦୋକାନ ନିଲାମ ନେଇ ପରସ୍ପର ସହ ଚ୍ୟାଲେଞ୍ଜ କରିଥିଲେ । ଫଳରେ ୭୨ ଲକ୍ଷ ଟଙ୍କାର ମଦ ଦୋକାନ ଶେଷରେ ୫୧୦ କୋଟିରେ ବିକ୍ରି ହୋଇଛି ।

ଏହି ନିଲାମ ପ୍ରକ୍ରିୟା ସକାଳ ୧୧ଟାରୁ ଆରମ୍ଭ କରି ରାତି ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଗତବର୍ଷ ଦୋକାନଟି ୬୫ ଲକ୍ଷରେ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ୭୨ ଲକ୍ଷରୁ ନିଲାମ ଡାକ ଆରମ୍ଭ ହୋଇଥିଲା । ୫୧୦ କୋଟି ଟଙ୍କା ଡାକିଥିବା ମହିଳାଙ୍କୁ ଦୋକାନର ମୂଲ୍ୟର ଦୁଇଗୁଣ ଟଙ୍କା ଜମା କରିବାକୁ କୁହାଯାଇଛି ।

Get real time updates directly on you device, subscribe now.