fbpx

ବିକ୍ରି ହେଲା Uber! ଏହି କମ୍ପାନୀ ହାତକୁ ଗଲା ସମ୍ପୂର୍ଣ୍ଣ ମାଲିକାନା

ନୂଆଦିଲ୍ଲୀ: କିଛି ଦିନରୁ ରକେଟ ସ୍ପିଡରେ ଯାଉଥିବା ଫୁଡ ଡେଲିଭରୀ କମ୍ପାନୀ Zomatoର ସେୟାର ଏବେ ପୁଣି ଥରେ ଥମିଯାଇଛି । କମ୍ପାନୀରେ ୭.୮ ପ୍ରତିଶତ ଅଂଶଦାନ ୟୁବର ଟେକ୍ନୋଲୋଜିଜ୍ ଏବେ ନିଜର ସମସ୍ତ ଅଂଶକୁ ବିକ୍ରି କରିଛି । ଯାହାର ପ୍ରଭାବରେ ସେୟାର ଉପରେ ପଡିବା ସହ ଏଥିରେ ଏକ ଜବରଦସ୍ତ ବ୍ରେକ ଲାଗିଛି । ତେବେ ସାମାନ୍ୟ ଏକ କ୍ଷତି ସହିତ ବିଜନେସ ବନ୍ଦ ହୋଇଥିବା ପରିଲକ୍ଷିତ ହୋଇଛି ।

ସୂଚନା ଅନୁସାରେ, ବ୍ଲକ ଡିଲ ଜରିଆରେ ଜୋମାଟୋର ସେୟାର ୩୯.୨ କୋଟି ଡଲାର ଟଙ୍କା ବିନିମୟରେ ବିକ୍ରି କରିଛି ୟୁବର । ପ୍ରତି ସେୟାର ପିଛା ୫୦.୪୪ ଟଙ୍କା ସେୟାର ହିସାବରେ ଏହି ଡିଲ କରାଯାଇଛି । ତେବେ ଏ ନେଇ ୟୁବର କିମ୍ବା ଜୋମାଟୋ ପକ୍ଷରୁ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ସେପଟେ ୟୁବରର ସେୟାର ବିକ୍ରିର ପ୍ରଭାବ ଜୋମାଟୋର ସେୟାର ଉପରେ ମଧ୍ୟ ଦେଖିବାକୁ ମିଳିଛି । ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଏସଇରେ ୪ ପ୍ରତିଶଥରୁ ଅଧିକ ଭାଙ୍ଗି ୫୨.୪୫ଙ୍କାରେ ପହଞ୍ଚି ଯାଇଛି । ଏହାଦ୍ୱାରା ବ୍ୟବସାୟ ବଢିବା ସହିତ କିଛିଟା ସୁଧାର ଆସିଥିଲେ ବି ଶେଷରେ ଏହା ରେଡ ମାର୍କରେ ବନ୍ଦ ହୋଇଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ୟୁବର ଜୋମାଟୋର ମୋଟ ୬୧.୨ କୋଟି ସେୟାର ବ୍ଲକରେ ବିକ୍ରି କରିଛି । ଏହି ବ୍ଲକ ଡିଲରୁ ପ୍ରାୟ ୩୯୨ ମିଲିୟନ ଡଲାର ଅର୍ଥାତ ୩୦୯୮ କୋଟି ଟଙ୍କା ପ୍ରାପ୍ତ କରିବ । ଫିଡେଲିଟି, ଫ୍ରାଙ୍କଲିନ, ଟେମ୍ପଲେଟନ ଏବଂ ଭାରତର ଆଇସିସିଆଇ ପ୍ରିଡେନ୍ସିଆଲ ସହିତ ପ୍ରାୟ ୨୦ଟି ବିଶ୍ୱସ୍ତରୀୟ ଭାରତୀୟ ପାଣ୍ଠି ଦ୍ୱାରା ଷ୍ଟକ କିଣାଯାଇଛି ।

Get real time updates directly on you device, subscribe now.