fbpx

ମହାକାଶ ଭଳି ମହାସାଗରରେ ଯାତାୟାତ କରୁଛି ଏଲିୟନ! ଜାଣନ୍ତୁ କଣ ଚାଲିଛି ଚର୍ଚ୍ଚା…

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦୁନିଆର ପ୍ରାୟ ଅନେକ ସ୍ଥାନରେ ଏଲିୟନକୁ ଦେଖିବାକୁ ମିଳୁଥିବା ଦାବି କରାଯାଉଛି । ସମ୍ପ୍ରତି ଏହି ଏଲିୟନକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଆମେରିକାର ଗୁଇନ୍ଦା ବିଭାଗ ଦ୍ୱାରା ୟୁଏଫଓରେ ଏଲିୟନ୍ସକୁ ନେଇ ସମୀକ୍ଷା କରାଯାଇଥିବା ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ୨୦ ବର୍ଷ ପୂର୍ବେ ଆମେରିକା ନୌସେନା ଦ୍ୱାରା ଆକାଶରେ ଦେଖାଦେଇଥିବା ଅଜଣା ବସ୍ତୁଗୁଡ଼ିକ ଏଲିୟନ ବୋଲି କୁହାଯାଉଛି । ଏଭଳି ଘଟଣା ୧୨୦ରୁ ଅଧିକଥର ଦେଖାଦେଇଛି । ତେବେ ଯଦି ଏଲିୟନର ଏଭଳି ବିମାନ ଭଳି ରୂପ ଦେଖାଦେଉଛି, ତେବେ ତାହା ପୁଣି କେମିତି ଅଦୃଶ୍ୟ ହେଇଯାଉଛି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ମହାସାଗରରେ ମଧ୍ୟ ଏଲିୟନ୍ ଯାତାୟାତ କରୁଥିବା ସମ୍ପ୍ରତି ଦାବି ହେଉଛି ।

Alien 1 #OdishaBhaskar
(Representational)

ସେପଟେ ଏଲିୟନ ସମୁଦ୍ରରେ ଆସୁଥିବା ନେଇ ଆଇସିଆଇଆର ବା (ଇଣ୍ଟରନ୍ୟାସନାଲ କୋଆଲିସନ ଫର ଏକ୍ସଟ୍ରାଟେରେଷ୍ଟ୍ରିୟଲ ରିସର୍ଚ୍ଚ)ର ଉପାଧ୍ୟକ୍ଷ ଗୌରୀ ହେସଲଟାଇନ ଦାବି କରିଛନ୍ତି । ସୈନ୍ୟ ଯାହାଜ ପାଖରେ ଥିବା ୟୁଏଫଓ ଓ ଏହାର ଉତ୍ପତ୍ତିର ବ୍ୟାଖ୍ୟା କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଗୌରୀ କହିଛନ୍ତି ଯେ, ୱେସାଇଟ ଦ ସନ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ତେବେ ଏହି ପୂର୍ବ ପୋଲିସ ଅଧିକାରୀଙ୍କ ଦାବି ଯେ ଯେଉଁ ଭିଡିଓରେ ଆମେରିକା ନୌସେନାର ଏକ ଯାହାଜ ଉଡୁଥିବା ଅବସ୍ଥାରେ ଦେଖାଯାଇଥିଲା । ସେତେବେଳେ ଏହା ଏକ ପଦାର୍ଥ ଦ୍ୱାରା ଆବଦ୍ଧ ହୋଇଥିବା ନଜରକୁ ଆସିଥିଲା । ତେବେ ଏଲିୟନ ପାଣି ଭିତରେ ଥିବା ନେଇ ବିଶେଷଜ୍ଞମାନେ ମଧ୍ୟ ମତ ଦେଉଛନ୍ତି ।

Alien 2 #OdishaBhaskar
(Representational)

ପୂର୍ବ ପୋଲିସ ଅଧିକାରୀ ଗୌରୀ ହେସଲଟାଇନ ଆହୁରି କହିଛନ୍ତି ଯେ ଆମ ଦେଶରେ ଥିବା ଗଭୀର ମହାସାଗର ଭିତରେ ଏଲିୟନ ଥିବାର ଅନୁମାନ କରାଯାଉଛି । ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ କେବଳ ୫ ପ୍ରତିଶତ ମହାସାଗରକୁ ଆମେ ଜାଣିଛେ । ଆମେ କେବଳ ମଙ୍ଗଳ ଏବଂ ଚନ୍ଦ୍ର ବିଷୟରେ ଅଧିକ ଜାଣିଛେ, ସେଥିପାଇଁ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି । ତେବେ ୟୁଏସଏଫଓ ପାଣି ମଧ୍ୟ ଦେଇ ନିୟମିତ ଗତି କରିବା ଦେଖାଯାଉଥିବାରୁ ମହାସାଗରରେ ଏଲିୟନ୍ ବେସ୍ ଥିବା ଅନୁମାନ କରାଯାଉଛି । ଗୌରୀ ହେସେଲଟାଇନ ବ୍ରିଟିଶ ଟ୍ରାନ୍ସପୋର୍ଟ ପୋଲିସ ସହ ୨୪ ବର୍ଷ କାର୍ଯ୍ୟ କରିଥିବାବେଳେ ୨୦୦୨ରେ ଏକ ସେବା ଅଧିକାରୀ ଭାବେ ୟୁଏଫଓ ଦେଖିବା ପାଇଁ ଏକ ରାଷ୍ଟ୍ରୀୟ ଡେଟାବେସ ଲଞ୍ଚ କରିଥିଲେ । ୨୦୧୩ରେ ଫୋର୍ସରୁ ରିଟାୟାର୍ଡ ହେବା ପୂର୍ବରୁ ସେ ନିଜ ଗବେଷଣା ଉପରେ ଫୋକସ ଜାରି ରଖିଛନ୍ତି ।

Alien 3 #OdishaBhaskar
(Representational)

ଅନୁରୂପ ଭାବେ “ପିରାମିଡ ୟୁଏଫଓ’ର ଉପରେ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଫିଲ୍ମ ନିର୍ମାତା ଜେରେମି କୋରବେଲ କହିଛନ୍ତି ଯେ ଆମେରିକା ନୌସେନା ଯାହାଜରେ ଦେଖାଯାଉଥିବା ସ୍ଲିପ ହେଉଛି ଟ୍ରାନ୍ସମିଡିୟମ । ଏହାର ଅର୍ଥ ହେଉଛି ଏହା ଉଭୟ ଜଳ ଏବଂ ବାୟୁରେ କାର୍ଯ୍ୟ କରିପାରେ । ସେ ଆହୁରି ମଧ୍ୟ କହିଛନ୍ତି, ଏହା ଠିକ୍ ଯେ ୟୁଏଫଓ ଆମଠୁ ଦୂରରେ ଅଛି, ନିକଟତର ହେଲେ ଆମେ ଦେଖନ୍ତି, ତେବେ ୟୁଏଫଓ ପାଣି ଭିତରେ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତାୟାତ କରିଥାଏ ବୋଲି ମଧ୍ୟ ସେ କହିଛନ୍ତି ।

Get real time updates directly on you device, subscribe now.