UGC NET ଫଳ ପ୍ରକାଶ କଲା NTA: ୯୭ ହଜାରରୁ ଅଧିକ ପ୍ରାର୍ଥୀ ପିଏଚ୍‌ଡି ପାଇଁ ଯୋଗ୍ୟ

UGC NET ଜୁନ୍ ୨୦୨୬ ରେଜଲ୍ଟ ପ୍ରକାଶ: ୮୪ ବିଷୟର ଫଳାଫଳ ଘୋଷଣା, ୪ ହଜାରରୁ ଅଧିକ ପ୍ରାର୍ଥୀ JRF ପାଇଁ ଯୋଗ୍ୟ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି ଶୁକ୍ରବାର ଅଧ ରାତିରେ UGC NET ଫଳାଫଳ ଘୋଷଣା କରିଛି। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ୮୪ଟି ବିଷୟ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ର ଜାତୀୟ ଯୋଗ୍ୟତା ପରୀକ୍ଷା (NET) ର ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ସାମିଲ ହୋଇଥିବା ୪,୦୦୦ରୁ ଅଧିକ ଅଭ୍ୟର୍ଥୀ ଜୁନିୟର ରିସର୍ଚ୍ଚ ଫେଲୋସିପ୍ (JRF) ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

NTA ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ୮୪ଟି ବିଷୟର ପରୀକ୍ଷାରେ ସାମିଲ ହୋଇଥିବା ୬.୦୭ ଲକ୍ଷ ଅଭ୍ୟର୍ଥୀଙ୍କ ମଧ୍ୟରୁ ୯୭,୦୦୦ରୁ ଅଧିକ ପ୍ରାର୍ଥୀ ପିଏଚ୍‌ଡି ରେ ନାମଲେଖା ପାଇଁ ଏବଂ ୪,୦୦୦ରୁ ଅଧିକ ପ୍ରାର୍ଥୀ ଜେଆରଏଫ୍ ପାଇଁ କ୍ୱାଲିଫାଇ କରିଛନ୍ତି। ପ୍ରାର୍ଥୀମାନେ ନିଜର ଆପ୍ଲିକେସନ୍ ନମ୍ବର ଜରିଆରେ ଅଧିକାରୀକ ୱେବସାଇଟ୍ https://ugcnet.nta.nic.in ରେ ଲଗ୍ଇନ୍ କରି ସ୍କୋରକାର୍ଡ ହାସଲ କରିପାରିବେ।

ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର ପରୀକ୍ଷା ପୁଣି ହେବ: NTA ଏହି ବର୍ଷ ଜୁନ୍ ମାସରେ ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର ପରୀକ୍ଷା ଦେଇଥିବା ଅଭ୍ୟର୍ଥୀଙ୍କ ପାଇଁ ପୁନର୍ବାର ପରୀକ୍ଷା କରାଇବାର ନିର୍ଦ୍ଦେଶ ଦେଇଛି। ପ୍ରଶ୍ନପତ୍ରରେ ତଥ୍ୟଗତ ଏବଂ ଭାଷାଗତ ଭ୍ରମ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବିଷୟଗୁଡ଼ିକର ପରୀକ୍ଷା ସେପ୍ଟେମ୍ବର ମାସରେ ହେବାକୁ ଯାଉଛି। NTA ସୂଚନା ଦେଇଛି ଯେ, ଯଦି ଏହି ବିଷୟର ପ୍ରାର୍ଥୀମାନେ ବର୍ତ୍ତମାନ ଫଳାଫଳ ଯାଞ୍ଚ କରନ୍ତି, ତେବେ ‘Invalid Password’ ର ମେସେଜ୍ ଆସିପାରେ। ସେମାନଙ୍କର ଫଳାଫଳ ପୁନଃ ପରୀକ୍ଷା ପରେ ହିଁ ଉପଲବ୍ଧ କରାଯିବ।