fbpx

UGCର ନୂଆ ଗାଇଡଲାଇନ୍ସ: ଏଣିକି ଅନଲାଇନ, ଡିଷ୍ଟାନ୍ସ ଲର୍ଣ୍ଣିଂ ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟକୁ ନେବାକୁ ପଡ଼ିବ ଅନୁମତି

ନୂଆଦିଲ୍ଲୀ: ଅନଲାଇନ ଓ ଦୂରନିରନ୍ତର ଶିକ୍ଷାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ବିଶ୍ୱବିଦ୍ୟାଳୟଗୁଡ଼ିକୁ ମୁକ୍ତ ଓ ଡିଷ୍ଟାନ୍ସ ମୋଡ଼ରେ କୋର୍ସ ଅଫର କରିବା ପାଇଁ ପ୍ରଥମେ ୟୁଜିସିଠାରୁ ସ୍ୱୀକୃତି ନେବାକୁ ପଡ଼ିବ । ଏଥିପାଇଁ ଆବଶ୍ୟକ ସମସ୍ତ ନିୟମାବଳୀକୁ ପୂରଣ କରିବା ପରେ ହିଁ ୟୁଜିସି ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ କୋର୍ସ ଅଫର ନେଇ ଅନୁମତି ପ୍ରଦାନ କରାଯିବ । ଏନେଇ ୟୁଜିସି ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି ।

ୟୁଜିସି ପକ୍ଷରୁ ଓପନ ଓ ଦୂରନିରନ୍ତର ଶିକ୍ଷାର ନିୟମ ପରିବର୍ତ୍ତନ କରାଯିବା ପରେ ଏଣିକି ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରଥମେ ୟୁଜିସିଠାରୁ ଅନୁମତି ନେବାକୁ ପଡ଼ିବ । ଆୟୋଗ ପକ୍ଷରୁ ଏନେଇ କିଛି ନିୟମାବଳୀ ପ୍ରସ୍ତୁତ କରାଯାଇଛି । ଏହି ନିୟମାବଳୀ ପୂରଣ ନେଇ ୟୁଜିସି ସନ୍ତୁଷ୍ଟ ହେବା ପରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ କୋର୍ସ ଅଫର ନେଇ ମଞ୍ଜୁରୀ ପ୍ରଦାନ କରାଯିବ । ଏଥିସହିତ ୟୁଜିସି ପକ୍ଷରୁ ଟାଇମ୍ ଟୁ ଟାଇ ନୋଟିସ ପଠାଯିବ ।

ପୂର୍ବରୁ ବିଶ୍ୱବିଦ୍ୟାଳୟଗୁଡ଼ିକ ୟୁଜିସିର ବିନା ପ୍ରାଥମିକ ମଞ୍ଜୁରୀରେ କୋର୍ସ ଅଫର କରିବା ନେଇ ନିୟମ ରହିଥିଲା । ଏହା ପୂର୍ବରୁ ୟୁଜିସି ମଧ୍ୟ ଏକ ନୂଆ ନିୟମ ଲାଗୁ କରିଥିଲା । ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଡିଷ୍ଟାନ୍ତ ଓ ଅନଲାଇନ ମୋଡ଼ରେ ପ୍ରଦାନ କରାଯାଉଥିବା କୋର୍ସର ଡିଗ୍ରୀକୁ ପାରମ୍ପରିକ ଶିକ୍ଷା ଡିଗ୍ରୀ ସମକକ୍ଷ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା । ଓପନ ଓ ଡିଷ୍ଟାନ୍ସ ବା ଅନଲାଇନ ମୋଡ଼ରେ ଗ୍ରାଜୁଏସନଠାରୁ ପୋଷ୍ଟ ଗ୍ରାଜୁଏସନ ସ୍ତରରେ ପ୍ରଦାନ କରାଯାଉଥିବା ଡିଗ୍ରୀ ଓ ଡିପ୍ଲୋମାକୁ ପାରମ୍ପରିକ ଶିକ୍ଷା ମାଧ୍ୟମର ଡିଗ୍ରୀ ତଥା ଡିପ୍ଲୋମା ସହ ସମାନ ଭାବେ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.