fbpx

ୟୁକ୍ରେନ ଶବ୍ଦରେ କଲା ଆକ୍ରମଣ; ୟୁକ୍ରେନର ପରିସ୍ଥିତି ପାଇଁ ଭାରତ ଶସ୍ତା ତେଲ କିଣି ପାରୁଛି

ନୂଆଦିଲ୍ଲୀ: ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଭାରତକୁ ନେଇ ଏକ ଭିନ୍ନ ମତ ଦେଇଛନ୍ତି । ଋଷ ଠାରୁ ଭାରତ ଶସ୍ତା ତେଲ କିଣି ପାରୁଛି କାରଣ ୟୁକ୍ରେନର ପରିସ୍ଥିତି ବର୍ତ୍ତମାନ ଠିକ ନାହିଁ । ଭାରତ ଋଷ ଠାରୁ ତେଲ କିଣିବା ନୈତିକ ସ୍ତରରେ ଭୁଲ ବୋଲି ଦିମିତ୍ରୋ କହିଛନ୍ତି । ଏକ ଆଲୋଚନାରେ ଦିମିତ୍ରୋ କହିଛନ୍ତି ଯେ, ଭାରତ ଋଷ ଠାରୁ ଶସ୍ତା ତେଲ କିଣି ପାରୁଛି କାରଣ ୟୁକ୍ରେନ ଅଧିବାସୀ ଋଷ ଆକ୍ରମଣର ଶିକାର ହେଉଛନ୍ତି । ଏବଂ ଆକ୍ରମଣରେ ପ୍ରତ୍ୟେକ ଦିନ ମରୁଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଦେଇଥିବା ପୂର୍ବ ମନ୍ତବ୍ୟର ଉତ୍ତର ରଖି କୁଲେବା କହିଛନ୍ତି , ଭାରତ ତୁଳନାରେ ୟୁରୋପିଆନ ୟୁନିଅନ ଋଷ ଠାରୁ ତେଲ ଓ ଗ୍ୟାସରେ ୬ ଗୁଣା ଅଧିକ ଆମଦାନୀ କରିଛି । ଏସ. ଜୟଶଙ୍କର ଫେବୃଆରୀରୁ ନଭେମ୍ବରର ଡାଟା ଉପରେ ଆଲୋଚନା କରି ଏହି ଟିପ୍ପଣୀ ଦେଇଥିଲେ ।

ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଏହା ଠିକ ନୁହେଁ ୟୁରୋପିଆନ ୟୁନିଅନ ଉପରେ ମନ୍ତବ୍ୟ ରଖି ଏହା ନିଜକୁ ସୁରକ୍ଷା ଦେଉଛି । ସେ ଏହା ମଧ୍ୟ କହିଛନ୍ତି ଋଷ ଠାରୁ ଶସ୍ତା ତେଲ ଆମଦାନୀ କରି ଭାରତର ନିଷ୍ପତ୍ତିକୁ ମାନବୀୟ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ । ସେ କହିଛନ୍ତି ଭାରତ ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ଯୁଦ୍ଧ ଶେଷ କରିବାରେ ଏକ ଭିନ୍ନ ଯୋଗଦାନ ହୋଇପାରିବ । ବୈଶ୍ୱିକ ଦୃଷ୍ଟିକୋଣରୁ ଭାରତର ମୁଖ୍ୟ ଭୂମିକା ରହିଛି । ଖାସ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱର ଏକ ପରିବର୍ତ୍ତନ ଆଣିପାରିବ ।

ୟୁକ୍ରେନ ମନ୍ତ୍ରୀ କହିଛନ୍ତି ଯେ, ଆମେ ସେହି ଦିନକୁ ଅପେକ୍ଷା କରିଛୁ, ଯେଉଁଦିନ ଭାରତ କହିବ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଛି । ତେବେ ବର୍ତ୍ତମାନ ୟୁକ୍ରେନରେ ଯୁଦ୍ଧ ଚାଲୁ ରହିଛି । ଅନ୍ୟପଟେ ଋଷ ସହିତ ଭାରତର ଭଲ ସର୍ମ୍ପକ ରହିଥିବାରୁ ଏହି ଯୁଦ୍ଧକୁ ନେଇ ଭାରତ ଋଷ ବିପକ୍ଷରେ କୌଣସି ଆଲୋଚନା କରି ନାହିଁ । ତେବେ ଭାରତ ଋଷକୁ କହିଛି ଯେ ଏହା ଯୁଦ୍ଧର ସମୟ ନୁହେଁ ଏବଂ କୌଣସି ମାମଲାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରାଯାଇ ପାରିବ । ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ, ଆମେରିକା ଏବଂ ୟୁରୋପୀୟ ଦେଶ ମାନଙ୍କ ଆପତ୍ତି ପରେ ମଧ୍ୟ ଭାରତ ଋଷ ଠାରୁ ତେଲ କିଣିବା ଜାରି ରଖିଛି । ଭାରତ କହିଛି ଯେ ଏହା ଆମ ଦେଶର ହିତ ପାଇଁ ଜରୁରୀ ଅଟେ କାରଣ ଆମେ କମ ଦାମରେ ତେଲ କିଣି ପାରୁଛୁ ।

Get real time updates directly on you device, subscribe now.