fbpx

ଉମେଶ କରିବେ କି କମାଲ ; ମୋହାଲିରେ ଦେଖିବାକୁ ମିଳିବ କି ଉମେଶଙ୍କ ଜଲୱା

ନୂଆଦିଲ୍ଲୀ : ପୁଣି ଉମେଶଙ୍କୁ ଲୋଡ଼ିଲା ଦଳ। ଖେଳିବା ପାଇଁ ଆସିଲା ଡାକରା । ଉମେଶ ଯାଦବ ରବିବାର ସକାଳ ୭ ଟାରେ ଚଣ୍ଡିଗଡ଼ ବିମାନବନ୍ଦରରେ ଅବତରଣ କରି ସିଧା ହୋଟେଲ ଅଭିମୁଖେ ଯାତ୍ରା କରିଛନ୍ତି । ଭାରତୀୟ ଦଳ ଚୟନକର୍ତ୍ତା ଏବଂ ଭାରତୀୟ ଦଳ ପରିଚାଳନା ତରଫରୁ SOS କଲ ପାଇବା ପରେ ଉମେଶ ଦଳ କୁ ରିଟର୍ନ କରିଛନ୍ତି। କୋଭିଡ ପଜିଟିଭ କାରଣରୁ ମହମ୍ମଦ ଶାମି ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରୁ ବାଦ୍ ପଡ଼ିବା ପରେ ନାଟକୀୟ ଢଙ୍ଗରେ ଭାରତୀୟ ଟି-୨୦ ଦଳରେ ଉମେଶ ଙ୍କୁ ସ୍ଥାନ ଦିଆ ଯାଇଛି । ଗତ ବର୍ଷ ଦୁବାଇରେ ଚାଲିଥିବା ବିଶ୍ୱକପ ପରଠାରୁ ଶାମି ନିଜେ ତାଙ୍କର ପ୍ରଥମ ଟି-୨୦ଖେଳିବାକୁ ଯୋଜନା କରିଥିଲେ ।

ଏସିଆ କପରେ ଉମେଶ ଆଉ ଶାମିଙ୍କ ପ୍ରଦର୍ଶନ ଖୁବ ନିରାଶ ଜନକ ଥିବାରୁ ଦଳ ତାଙ୍କୁ ଟି-୨୦ ନ ଖେଳେଇବାକୁ ନିଷ୍ପତି ନେଇ ଥିଲା । କିନ୍ତୁ ଦଳ ପୁଣି ଶାମିଙ୍କୁ ଦଳ ରେ ସାମିଲ କରିବାକୁ ନିଷ୍ପତି କରୁଥିବା ବେଳେ ତାକୁ କୋଭିଡ ହେବାରୁ ସେ ପୁଣି ବଡ଼ ପଡିଛନ୍ତି। ବର୍ତ୍ତମାନ ଶାମିଙ୍କ ସ୍ଥାନରେ ଉମେଶ ଟି-୨୦ ଉମେଶ ଖେଳିବେ।

ସୂଚନାମୁତାବକ ଉମେଶଙ୍କୁ ଆଘାତ ଲାଗିଥିବାରୁ ସେ ସେ ସିରିଜ ରୁ ବାଦ ପଡ଼ିଥିଲେ । କିନ୍ତୁ ଶାମି ପଜିଟିଭ୍ ପରୀକ୍ଷା ହେବା ପରେ ଚୟନକର୍ତ୍ତାମାନେ ଏନସିଏ ଫିଜିଓଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେମାନେ ଉମେଶଙ୍କ ଫିଟନେସ୍ ବିଷୟରେ ଏକ କ୍ଲିଚିଟ୍ ଦେଇଥିଲେ, ଯାହାକି ତାଙ୍କୁ ଭାରତୀୟ ଦଳକୁ ଫେରିବା ପାଇଁ ରାସ୍ତା ପ୍ରସ୍ତୁତ କରିଥିଲା। ଆଘାତ ପୂର୍ବରୁ ଉମେଶ ମିଡଲ୍ସେକ୍ସ ପାଇଁ ଭଲ ଫର୍ମରେ ଥିଲେ। ସେ ଡୁରୁମ୍ ବିପକ୍ଷରେ ପାଞ୍ଚଟି (୫/୩୩) ଅନ୍ତର୍ଭୁକ୍ତ କରି ୭ ତାଲିକା ଏ ମ୍ୟାଚ୍ ରେ ୧୬ ୱିକେଟ୍ ନେଇଥିଲେ ।

 

Get real time updates directly on you device, subscribe now.