fbpx

ଜାତିସଂଘ ମୁଖ୍ୟଙ୍କ ସତର୍କ ବାଣୀ: ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ଭୋକ ଓ ଦାରିଦ୍ର‌୍ୟ ଭିତରକୁ ଠେଲି ହୋଇଯିବେ ୧୭୦ କୋଟି ଲୋକ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ରହିଛି । ଏହା ମଧ୍ୟରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ ବିଶ୍ୱକୁ ସତର୍କ ବାଣୀ ଶୁଣାଇ ଦେଇଛନ୍ତି । ଗୁଟେରେସଙ୍କ କହିଛନ୍ତି ଏହି ଯୁଦ୍ଧ ଫଳରେ ବିଶ୍ୱର ଏକ ପଞ୍ଚମାଂଶ ଲୋକ ଅର୍ଥାତ୍‌ ୧୭୦ କୋଟି ଲୋକ ଭୋକ ଓ ଦାରିଦ୍ର ଭିତରକୁ ଠେଲି ହୋଇଯିବେ । ଯୁଦ୍ଧ ଫଳରେ ଖାଦ୍ୟଶସ୍ୟ ରପ୍ତାନି ଓ ଆମଦାନୀ ଉପରେ ବାଧା ସୃଷ୍ଟି ହେଉଥିବାରୁ ଖାଦ୍ୟ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । ଫଳରେ ସାଧାରଣ ଲୋକମାନେ ଏହାକୁ କିଣିବାର କ୍ଷମତା ହରାଇବାରେ ଲାଗିଛନ୍ତି ।

ସେପଟେ ୟୁକ୍ରେନ ବାହାରେ ଥିବା ବିକାଶଶୀଳ ଦେଶମାନେ ଏହିି ଯୁଦ୍ଧ ନିଃଶବ୍ଦ ଆକ୍ରମଣ କରିବାରେ ଲାଗିଥିବାରୁ ସେମାନେ ଏହା ଉପରେ ଗୁରୁତ୍ୱ ଦେଇ ନାହାଁନ୍ତି । ଖୁବଶୀଘ୍ର ଏହାର ପ୍ରଭାବ ବି ସେମାନଙ୍କର ନାଗରିକଙ୍କ ଉପରେ ପଡିବାକୁ ଯାଉଛି । ଫଳରେ ବିଶ୍ୱର ୧୭୦ କୋଟି ଲୋକ ପ୍ରଭାବିତ ହେବାକୁ ଯାଉଛନ୍ତି । ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଫଳରେ ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ସଂକଟ ଦେଖାଦେବ । ମଧ୍ୟବିତ ବର୍ଗର ଲୋକମାନେ ବୃତ୍ତି ହରାଇବା ଫଳରେ ଦାରିଦ୍ର ସେମାନଙ୍କୁ ମାଡି ବସିବ ।

Get real time updates directly on you device, subscribe now.