fbpx

ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ସହ୍ୟ କରି ନପାରି ବେଡସିଟ୍ ଲଗାଇ ଆତ୍ମହତ୍ୟା କଲା ସ୍ତ୍ରୀ

ରାଜକନିକା(ଓଡ଼ିଶା ଭାସ୍କର): ସଡକ ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ହୋଇଥିବା ଖବର ଶୁଣି ଆତ୍ମହତ୍ୟା କଲା ସ୍ତ୍ରୀ । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ରାଜକନିକା ଚେରଣ୍ଟପଡା ଗାଁରେ । ସୂଚନା ଯେ, ଉକ୍ତ ଗାଁର ଜଣେ ଅବସରପ୍ରାପ୍ତ ପୋଷ୍ଟମାଷ୍ଟରଙ୍କ ପୁଅ ମନୋଜ ଭଦ୍ରକ ଡିଆରଡିଓ ଅଧୀନରେ ଥିବା ଆରଜିନିଏସ୍ ସ୍କିମ୍ ରେ ଡିପିଏମ୍ ଭାବରେ ନିଯୁକ୍ତି ପାଇଥିଲେ । ତେଣୁ ପ୍ରତିଦିନ ନିଜ ଦପ୍ତରକୁ ବାଇକ୍ ରେ ଯିବା ଆସିବା କରନ୍ତି । ତେବେ ଗତ ୨୫ ତାରିଖରେ ସନ୍ଧ୍ୟାରେ ଦପ୍ତରରୁ ଫେରିବା ବେଳେ ତାଙ୍କର ସଡକ ଦୁର୍ଘଟଣା ହୋଇଥିଲା । ସେଥିରେ ସେ ଗୁରୁତର ଭାବରେ ଆହତ ହୋଇଥିଲେ ।

ଏହାପରେ ପ୍ରଥମେ ତାଙ୍କୁ ରାଜକନିକା ଡାକ୍ତରଖାନା ଏବଂ ପରେ କଟକକୁ ସ୍ଥାନାନ୍ତରଣ କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କର ମୃତ୍ୟୁ ଖବର ଶୁଣି ସ୍ତ୍ରୀ ସ୍ୱପ୍ନାରାଣୀ ଘରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଛନ୍ତି । ଗତବର୍ଷ ଜାନୁଆରୀ ମାସରେ ସେମାନଙ୍କ ବିବାହ ହୋଇଥିଲା ।

Get real time updates directly on you device, subscribe now.