fbpx

ଅସଲି ଅଣ୍ଡରଟେକର୍ ଅକ୍ଷୟ କୁମାରଙ୍କୁ ଦେଲେ ଫାଇଟ୍ ଚ୍ୟାଲେଞ୍ଜ, ମଜାଦାର୍ ଅନ୍ଦାଜରେ ଜବାବ୍ ଦେଲେ ଖିଲାଡି ଆକ୍ଟର୍

ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ନିକଟରେ ଅକ୍ଷୟ କୁମାର ଫିଲ୍ମ ‘ଖିଲାଡିୟୋଁ କେ ଖିଲାଡି’କୁ ୨୫ ବର୍ଷ ପୂରିବା ଅବସରରେ ସେ ଏକ ରାଜ୍ ର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଫିଲ୍ମରେ ସେ ଅସଲି ଅଣ୍ଡରଟେକର୍ ସହିତ ଫାଇଟ୍ କରିନଥିଲେ । ହେଲେ ଏବେ ତାଙ୍କୁ ଅସଲି ଅଣ୍ଡରଟେକର୍ ଫାଇଟ୍ ପାଇଁ ନିମନ୍ତ୍ରଣ କରିଛନ୍ତି । ଆଉ ଜବାବ୍ ରେ ଅକ୍ଷୟ ଖୁବ୍ ମଜାଦାର୍ ଅନ୍ଦାଜ୍ ରେ ଉତ୍ତର ଦେଇଛନ୍ତି ।

 

View this post on Instagram

 

A post shared by Akshay Kumar (@akshaykumar)

ପ୍ରକୃତରେ ‘ଖିଲାଡିୟୋଁ କେ ଖିଲାଡି’କୁ ୨୫ ବର୍ଷ ପୂରିବା ଅବସରରେ ସୋସିଆଲ୍ ମିଡିଆରେ ଅକ୍ଷୟଙ୍କର ମିମ୍ସ ସେୟାର୍ କରାଯାଉଛି । ସେଥିରେ ଲେଖା ହୋଇଛି, ଯଦି ଆପଣ ସତରେ ଅଣ୍ଡରଟେକର୍ ଙ୍ୁ ହରାଇପାରିବେ ତାହେଲେ ହାତ ଟେକନ୍ତୁ । ଏଥିରେ ତିନି ଅସଲି ଅଣ୍ଡରଟେକର୍ ଙ୍କ ସହିତ ଅକ୍ଷୟ କୁମାରଙ୍କ ଫଟୋ ବି ରହିଛି । ଯାହା ଖୁବ୍ ଭାଇରାଲ୍ ହେଉଛି । ଆଉ ଏହି ସମୟରେ ଅକ୍ଷୟ ଏକ ପୋଷ୍ଟ ମାଧ୍ୟମରେ କହିଥିଲେ ଯେ, ସେ ଅସଲି ଅଣ୍ଡରଟେକର୍ ସହିତ ଫାଇଟ୍ କରିନଥିଲେ ।

 

View this post on Instagram

 

A post shared by WWE India (@wweindia)

ହେଲେ ଏହା ଭିତରେ ମଜାଦାର୍ କଥାଟି ହେଉଛି ଏହି ମିମ୍ସ ଫଟୋ ଭାଇରାଲ୍ ହେବାପରେ ଅସଲି ଅଣ୍ଡରଟେକର୍ ନିଜ ସହ ଫାଇଟ୍ କରିବା ପାଇଁ ଅକ୍ଷୟଙ୍କୁ ନିମନ୍ତ୍ରଣ କରିଛନ୍ତି । ଆଉ ଏକ ପୋଷ୍ଟ ମାଧ୍ୟମରେ ଅକ୍ଷୟଙ୍କୁ ଚ୍ୟାଲେଞ୍ଜ କରି ଅଣ୍ଡରଟେକର୍ କହିଛନ୍ତି ଯେ, “ତୁମେ ମୋତେ କହିଦେବ ଯେ, ଅସଲି ଫାଇଟ୍ ପାଇଁ କେବେ ପ୍ରସ୍ତୁତ ହେବ” । ଆଉ ଏହାର ଉତ୍ତରରେ ଅକ୍ଷୟ କହିଛନ୍ତି ଯେ, “ଭାଇ ପ୍ରଥମେ ମୋତେ ମୋର ଇନସ୍ୟୁରାନ୍ସ ଚେକ୍ କରିବାକୁ ଦିଅନ୍ତୁ ତାପରେ ମୁଁ କହିବି” । େତେବ ଅକ୍ଷୟଙ୍କର ଏହି ଉତ୍ତର ଫ୍ୟାନ୍ସ ମାନଙ୍କୁ ଖୁବ୍ ମନୋରଞ୍ଜନ କରୁଛି ।

 

View this post on Instagram

 

A post shared by WWE India (@wweindia)

Get real time updates directly on you device, subscribe now.