fbpx

ସିଲିଗୁଡ଼ି କାର୍ଯ୍ୟକ୍ରମରେ ହଠାତ ଅସୁସ୍ଥ ହୋଇପଡ଼ିଲେ ନିତିନ ଗଡ଼କରୀ ।

ନୂଆଦିଲ୍ଳୀ: ଏକ କାର୍ଯ୍ୟକ୍ରମ ସମୟରେ ହଠାତ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହୋଇ ପଡ଼ିଥିଲା । ପଶ୍ଚିମବଙ୍ଗର ସିଲିଗୁଡ଼ିର ଦାଗାପୁର ଠାରେ ହେଉଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ନିକଟସ୍ଥ ଡାକ୍ତରଖାନାର ଏକ ଡାକ୍ତରୀ ଦଳ କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ନିତିନଙ୍କ ପ୍ରାଥମିକ ଉପଚାର କରିଥିଲେ ।

ସୂଚନା ଅନୁସାରେ ନିତିନଙ୍କ ସୁଗାର ଲେଭଲ କମ ହୋଇ ଯାଇଥିବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ନିତିନ ଗଡ଼କରୀ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ବିଭିନ୍ନ ଯୋଜନାର ଉପସ୍ଥାପନା ପାଇଁ ପହଞ୍ଚିଥିଲେ । ସେ ୧୨୦୬ କୋଟି ଟଙ୍କା ମୂଲ୍ୟର ୩ଟି ଏନଏଚ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଥିଲା । ଯାହା ପରେ ସୁକନାର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଟିମ ପହଞ୍ଚି ତାଙ୍କର ପ୍ରାଥମିକ ଉପଚାର କରିଥିଲେ । ତେବେ ବର୍ତ୍ତମାନ ନିତିନଙ୍କ ସ୍ୱାସ୍ଥ୍ୟ ଠିକ ଥିବା ସୂଚନା ମିଳିଛି ।

 

Get real time updates directly on you device, subscribe now.